ଆଇଆଇଏମ ପାଇଲେ ଡ୍ରାଇଭରଙ୍କ ପୁଅ
Khabar Odisha:Education-Odisha-Amul-mds-drivers-son-clears-iim-a-entrance
ନୂଆଦିଲ୍ଲୀ, ଏପ୍ରିଲ ୦୮(ଖବର ଓଡ଼ିଶା):

କଥାରେ ଅଛି ଲକ୍ଷ୍ୟ ଯଦି ଦୃଢ ଥିବ ସଫଳତା ନିଶ୍ଚିତ ମିଳିବ । ସେହିପରି ଜଣେ ୨୨ ବର୍ଷୀୟ ଯୁବକ ହିତେଶ ସିଂ ନିଜ ପଥରେ ସଫଳ ହୋଇଛନ୍ତି । ହିତେଶ ଆଇଆଇଏମ ଅହମ୍ମଦାବାଦ ପରୀକ୍ଷାରେ ଉତୀନ୍ନ ହୋଇ ପ୍ରମାଣିତ କରିଦେଇଛନ୍ତି ଯେ କେବଳ ଧନ, ଷ୍ଟାଟସ ଥିଲେ ସବୁ କିଛି ପ୍ରାପ୍ତି ହୁଏ ନାହିଁ ନିଜ କଷ୍ଟ ମଧ୍ୟ ଜଣକୁ ବହୁତ କିଛି ଦେଇପାରେ । 

ଆଇଆଇଏମ ଅହମ୍ମଦାବାଦ ପରୀକ୍ଷା ଅନେକ କଷ୍ଟ ପରୀକ୍ଷା ମଧ୍ୟରୁ ଗୋଟିଏ । ହିତେଶ ଆଜି ଏହି ପରୀକ୍ଷାରେ ପାସ ହୋଇ ସଫଳତା ହାସଲ କରିଛନ୍ତି । ତାଙ୍କ ପିତା ପଂକଜ ସିଂହ ଜଣେ ଡ୍ରାଇଭର । ଅମୁଲ କମ୍ପାନୀ ମ୍ୟାନେଜିଙ୍ଗ ଡିରେକ୍ଟରଙ୍କ ଗାଡ଼ି ଚଲାନ୍ତି । ପଂକଜ ସିଂ ଆଜି ତାଙ୍କ ପୁଅର ସଫଳତା ପାଇଁ ଗର୍ବ ଅନୁଭବ କରୁଛନ୍ତି । କାରଣ ହିତେଶ ଦିନରାତି ପରିଶ୍ରମ କରି ଆଇଆଇଏମ ଅହମ୍ମଦାବାଦ ଏଣ୍ଟ୍ରନ୍ସ ପରୀକ୍ଷାରେ ଉତୀନ୍ନ ହୋଇଛନ୍ତି । ଦେଶର  ଅଗଣ୍ରୀ ବିଜିନେସ ସ୍କୁଲ ମଧ୍ୟରୁ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ମ୍ୟାନେଜମେଣ୍ଟ ଅହମ୍ମଦାବାଦରେ ଫୁଡ଼ ଓ ଏଗ୍ରି ବିଜିନେସର ଦୁଇ ବର୍ଷୀୟ ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ଏଣ୍ଟ୍ରନ୍ସ ପରୀକ୍ଷା ପାସ କରିଛନ୍ତି । 

ହିତେଶଙ୍କ ପିତା ପଂକଜ ଅମୁଲର ଏମ.ଡି ଏସଏସ ସୋଢିଙ୍କୁ ନେଇ ଆଇଆଇଏମରେ ଛାଡ଼ନ୍ତି । ସୋଢି ସେଠାର ଗେଷ୍ଟ ଫେକଲଟି । ସେଠାରୁ ତାଙ୍କ ପୁଅ ପାଇଁ ଆଶା ଜାଗ୍ରତ ହୋଇଥିଲା । ହିତେଶ କମନ ଏଣ୍ଟ୍ରାସ ଟେଷ୍ଟ (କେଟ)ରେ ୯୬.୧୨ ପର୍ସେଣ୍ଟାଇଲ ରଖିଥିଲେ । ହିତେଶ ବର୍ତ୍ତମାନ ଆଇଆଇଏମରେ ପଡିବା ପାଇଁ ୨୩ଲକ୍ଷ ଶିକ୍ଷା ଋଣ କରିବେ । ଅମୁଲ କମ୍ପାନୀ ଏମଡି ସୋଢି ହିତେଶଙ୍କ ପ୍ରେରଣା ବୋଲି ସେ କହିଛନ୍ତି ।

Subscribe

National International State Sports Entertainment