ବଲାଙ୍ଗିର: ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ବଲାଙ୍ଗିର ଜିଲ୍ଲା ସ୍ଥାନୀୟ ଟାଉନ ବଏଜ ହାଇସ୍କୁଲ ଖେଳପଡିଆଠାରେ ଅନୁଷ୍ଠିତ ହେଇଛି। ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଠିତ କରାଯାଇଥିଲା। ଏହି ଉତ୍ସବରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ,ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜିଲ୍ଲାପାଳ ଶ୍ରୀ ଗୌରୱ ଶିୱାଜୀ ଇସଲୱାର, ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ଦେବକୀ ସାହୁ, ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ଵାଳ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ପ୍ରିନ୍ସିପ୍ଯାଲ ଡିଆଇଇଟ ଜୟପ୍ରକାଶ ଦାସ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟତ୍ରୀ, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ଶିକ୍ଷା କମିଟିଙ୍କୁ ପୁରସ୍କାର ଦେବା ସହ ଅଭିନନ୍ଦନ ଜଣାଇ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ୧୨୩ ଜଣଙ୍କୁ ଜିଲ୍ଲାସ୍ତରୀୟ ଛାତ୍ର ଛାତ୍ରୀ ପୁରସ୍କାର, ୧୪୨୧ ଜଣ ବ୍ଲକସ୍ତରୀୟ ଛାତ୍ରଛାତ୍ରୀ ପୁରସ୍କାର, ୧୩ ଜଣଙ୍କୁ ଓଡିଆ ଭାଷାବୃତି ପୁରସ୍କାର ଏବଂ ୦୯ ଜଣଙ୍କୁ ମେଧା ବୃତି ପୁରସ୍କାର ପ୍ରଦାନ କରାଯାଇଥିଲା। ୧୪ ଟି ବ୍ଲକରୁ କୃତି ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ଏହି ଉତ୍ସବରେ ପୁରସ୍କୃତ ହୋଇଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅତିଥି ମାନେ ପୁରସ୍କାର ବିତରଣ କରିବା ସହ ଛାତ୍ରଛାତ୍ରୀ ମାନଙ୍କର ଜୀବନରେ ସଫଳତା କାମନା କରିଥିଲେ। ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କ ସଫଳ ଜୀବନଯାତ୍ରା ପାଇଁ ପ୍ରେରଣାତ୍ମକ ଉପଦେଶ ଏବଂ ଗୁରୁଙ୍କ ମହତ୍ଵ ବିଷୟରେ ଜଣାଇଥିଲେ। ଉତ୍ସବଟି ବିଇଓ, ଏବିଇଓ, ସମସ୍ତ ସିଆରସିସି, ଶିକ୍ଷକ /ଶିକ୍ଷୟତ୍ରୀଙ୍କ ସହଯୋଗରେ ସଫଳତା ପୂର୍ବକ ଶେଷ ହୋଇଥିଲା।