ବନ୍ଦ ହେବ କ୍ୟାରିୟର ଏବଂ କାଉନସେଲିଂ ସେଲ୍‌
Khabar Odisha:Career-and-counseling-cells-will-be-closed
ଭୁବନେଶ୍ୱର, ଫେବୃୟାରୀ ୦୪(ଖବର ଓଡିଶା):

ରାଜ୍ୟରେ ଥିବା ସରକାରୀ କଲେଜରେ ବନ୍ଦ ହେବ କ୍ୟାରିୟର ଏବଂ କାଉନସେଲିଂ ସେଲ୍ । ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଉପରେ ସଚେତନତା କରିବା ନିମନ୍ତେ ଖୋଲାଯାଇଥିଲା ଏହି ସେଲ । ରାଜ୍ୟର ସରକାରୀ କଲେଜରେ “କ୍ୟାରିୟର ଏବଂ କାଉନସେଲିଂ ସେଲ୍‌” ପ୍ରତିଷ୍ଠା ହୋଇଥିଲା । ବର୍ତ୍ତମାନ ଏହାକୁ ସମୀକ୍ଷା ପରେ ଉଚ୍ଚଶିକ୍ଷା ବିଭାଗ ଏହାର ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିବାରୁ "କ୍ୟାରିୟର ଏବଂ କାଉନସେଲିଂ ସେଲ୍‌" ର କାର୍ଯ୍ୟ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୨୮ ଫେବୃଆରୀ ସୁଦ୍ଧା ନିମ୍ନଲିଖିତ ସଂପୃକ୍ତ ଆକାଉଣ୍ଟକୁ ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରିଛି ବିଭାଗ । ଏହା ଫଳରେ ରାଜ୍ୟରେ ବନ୍ଦ ହେବ ୫୨ ଟି କ୍ୟାରିୟର ଓ କାଉନସେଲିଂ ସେଲ୍‌” । ରାଜ୍ୟରେ ସମସ୍ତ ସରକାରୀ କଲେଜରେ ଖୋଲିଥିବା ସେଲ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି ।

  • Tags:

Subscribe

National International State Sports Entertainment