ଆସନ୍ତା ମେ ୨୮ରେ ଘୋଷଣା କରାଯିବ +୨ ରେଜଲ୍ଟ ତାରିଖ
Khabar Odisha:CHSE-Plus-2-Results-2023-publication-date-announcement-on-May-28
ଖବର ଓଡିଶା : 26/05/2023

ଆସନ୍ତା ମେ’ ୨୮ ତାରିଖରେ ଯୁକ୍ତ ୨ ରେଜଲ୍ଟ ତାରିଖ ଘୋଷଣା କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଏହି ସୂଚନା ଦେଇଛନ୍ତି l ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ତାରିଖ ଘୋଷଣା ହେବ। ଏହାପରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହେବ। 

ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଅନୁସାରେ, ଆସନ୍ତା ୩୦ କିମ୍ବା ୩୧ରେ ବାହାରିପାରେ ଯୁକ୍ତ ୨ ପରୀକ୍ଷା ଫଳ । ୨୮ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ ତାରିଖ ଘୋଷଣା କରାଯିବ ।  ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ଜୁନ୍ ୮ ସୁଦ୍ଧା ଆସିପାରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ସୂଚନାଯୋଗ୍ୟ ଯେ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ଗତ ଏପ୍ରିଲ୍ ୧୦ ତାରିଖରୁ ଆରମ୍ଭ ହୋ‌ଇଥିଲା। ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନର ଅନ୍‌ଲାଇନ୍‌ ଖାତା ଦେଖାରେ ପ୍ରାୟ ୩ ହଜାର ଓ ଅଫ୍‌ଲାଇନ୍‌ରେ ୫ ହଜାର ମୂଲ୍ୟାୟନକାରୀ ନିୟୋଜିତ ହୋଇଥିଲେ।

Subscribe

National International State Sports Entertainment