ଆସନ୍ତା ୩୧ରେ ଘୋଷଣା ହେବ ସିବିଏସଇ ବୋର୍ଡ ପରୀକ୍ଷା ତାରିଖ
Khabar Odisha:CBSE-exam-date-will-declare-in-31st-Dec
ନୂଆଦିଲ୍ଲୀ, ଡିସେମ୍ବର 27 (ଖବର ଓଡ଼ିଶା):

 ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ତାରିଖ ନେଇ ଦ୍ଵନ୍ଦ ଦୂର ହେବ ।  ଡିସେମ୍ବର ୩୧ ସଂଧ୍ୟା ୬ଟା ବେଳେ ପରୀକ୍ଷା ତାରିଖ ଘୋଷଣା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟ୍ୱିଟ କରି ସୂଚନା ଦେଇଛନ୍ତି । 

 ଓ୍ବେବିନାରରେ ଯୋଗ ଦେଇ ମନ୍ତ୍ରୀ କହିଥିଲେ ଯେ ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅନୁରୋଧ କରୁଛନ୍ତି । ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଫେବ୍ରୁଆରିରେ ପରୀକ୍ଷା କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ପରୀକ୍ଷା କରାଯିବା ସମ୍ପର୍କରେ ନିଷ୍ପତ୍ତି ପରବର୍ତ୍ତୀ କାଳରେ ନିଆଯିବ ବୋଲି ସେ ସୂଚନା ଦେଇଥିଲେ । ଡିସେମ୍ବର ୩୧ ସଂଧ୍ୟା ୬ଟା ବେଳେ ପରୀକ୍ଷା ତାରିଖ ଘୋଷଣା କରାଯିବ ।

ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ଅଫଲାଇନ ମୋଡରେ ହେବ ।  ପରୀକ୍ଷା କୌଣସି ପରିସ୍ଥିତିରେ ବି ରଦ୍ଦ କରାଯିବ ନାହିଁ ବୋଲି ମନ୍ତ୍ରୀ ଏକ ଓ୍ବେବିନାରରେ   କହିଥିଲେ ।

  • Tags:

Subscribe

National International State Sports Entertainment