ଖବର ଓଡିଶା : 12/05/2023:
ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ସିବିଏସଇର ଆଧିକାରିକ ୱେବସାଇଟ cbseresults.nic.inରେ ଉପଲବ୍ଧ ହେଉଛି ପରୀକ୍ଷା ଫଳ । ଚଳିତ ବର୍ଷ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍ ହାର ୮୭.୩୩ % ରହିଛି । ଗତ ଥର ଅପେକ୍ଷା ଚଳିତ ଥର ପାସ୍ ହାର କମ୍ ଥିବା ଜଣାଯାଇଛି । ଏଥର ପ୍ରକାଶିତ ରେଜଲ୍ଟରେ ଝିଅଙ୍କ ପାସହାର ୯୦.୬୮ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୮୪.୬୭ ରହିଛି ।