ରାଜ୍ୟ ସରକାର ଚାହୁଁଛନ୍ତି ନବମ ଶ୍ରେଣୀ ପିଲାଙ୍କ ବାର୍ଷିକ ପରୀକ୍ଷା ହେଉ, ସ୍ଥିତି ଦେଖି ଆସନ୍ତା 30 ପରେ ନିଆଯିବ ନିଷ୍ପତି
Khabar Odisha:9th-students-exam-may-happen-decision-will-take-after-april-30
ଭୁବନେଶ୍ୱର, ଏପ୍ରିଲ11 (ଖବର ଓଡିଶା) :

ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଚାଲିଛି । ଏହି ପରିପ୍ରେକ୍ଷୀରେ ନବମ ଶ୍ରେଣୀ କ୍ଲାସରୁମ ପାଠପଢା ବନ୍ଦ ହୋଇଛି । ରାଜ୍ୟ ସରକାର ଚାହୁଁଛନ୍ତି ନବମ ଶ୍ରେଣୀ ପିଲାଙ୍କ ବାର୍ଷିକ ପରୀକ୍ଷା ହେଉ  । ତେବେ ଚଳିତ ବର୍ଷ ନବମ ଶ୍ରେଣୀ ପରୀକ୍ଷା ହେବ କି ନାହିଁ ସେନେଇ ଆସନ୍ତା 30 ପରେ ନିଆଯିବ ନିଷ୍ପତି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ । ଗତବର୍ଷ କରୋନା ଲକଡାଉନ ଠାରୁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । କରୋନା ସ୍ଥିତି ଧିରି ଧିରି ସୁଧୁରିବା ପରେ ଦଶମ ଦ୍ୱାଦଶ ଓ ପରେ ନବମ ଶ୍ରେଣୀ କ୍ଲାସରୁମ ପାଠପଢା ଆରମ୍ଭ ହୋଇଥିଲା । ତେବେ ପୁଣି କରୋନା ଭୟରେ ନବମ ଶ୍ରେଣୀ ପାଠପଢା ପାଇଁ ସ୍କୁଲ ବନ୍ଦ ହୋଇଯାଇଛି । ନବମ ଶ୍ରେଣୀ ପିଲାଙ୍କ କୋର୍ସ ପ୍ରାୟ ସରିଯାଇଛି ।

ଅଳ୍ପ ପାଠ ବାକି ଅଛି । ସରକାର ଚାହୁଁଛନ୍ତି ନବମ ଶ୍ରେଣୀ ପିଲାଙ୍କ ବାର୍ଷିକ ପରୀକ୍ଷା ହେଉ  । ତେବେ ଚଳିତ ବର୍ଷ ନବମ ଶ୍ରେଣୀ ପରୀକ୍ଷା ହେବ କି ନାହିଁ ସେନେଇ ସ୍ଥିତି ଦେଖି ଆସନ୍ତା 30 ପରେ ନିଷ୍ପତି ନିଆଯିବ ।

  • Tags:

Subscribe

National International State Sports Entertainment