ମୟୁରଭଞ୍ଜ: ରାତି ଅନ୍ଧାରରେ ହଷ୍ଟେଲ ଛାଡିଲେ, 25 କିମି ଅତିକ୍ରମ କରି ଜିଲ୍ଲାପାଳଙ୍କୁ ହଷ୍ଟେଲର ଦୁର୍ଦଶା ସମ୍ପର୍କରେ ଜଣାଇଲେ । ହଷ୍ଟେଲରେ ନିମ୍ନ ମାନର ଖାଦ୍ୟ ତଥା ଶିକ୍ଷକଙ୍କ ଅଭଦ୍ର ଭାଷାରେ ଗାଳି ଗୁଲଜ କରୁଥିବାରୁ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ବାସିପିଠା ସ୍ଥିତ ସରକାରୀ ଏସ.ଏସ.ଡି ଉଚ୍ଚ ବିଦ୍ୟାଳୟ ହଷ୍ଟେଲର 116 ଜଣ ଅନ୍ତେବାସୀ ମଧ୍ୟ ରାତ୍ରିରେ ଗେଟ ଅତିକ୍ରମ କରି ପ୍ରାୟ 22 କିଲୋମିଟର ରାସ୍ତା ଚାଲିକରି ଅତିକ୍ରମ କରି ବାରିପଦା ଠାରେ ପହଂଚିଛନ୍ତି ।
ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଦେଖାକରିବାକୁ ଅଡ଼ି ବସିଥିବା ବେଳେ, ଜିଲ୍ଲାପାଳ ଜିଲ୍ଲା ବାହାରେ ଥିବା ଯୋଗୁଁ ସାକ୍ଷାତ କରିପାରିନଥିଲେ ହେଁ ଭିଡିଓ କଲ ମାଧ୍ୟମରେ ଛାତ୍ରଙ୍କ ଠାରୁ ସମସ୍ତ ସମସ୍ୟା ପଚାରି ବୁଝିଥିଲେ । ତେବେ ଛତ୍ରମାନେ ଛଉ ପଡ଼ିଆ ନିକଟରେ ଥିବାବେଳେ ବାରିପଦା ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡା ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ ପହଞ୍ଚି ପିଲାଙ୍କ ଠାରୁ ସମସ୍ୟା ସମ୍ପର୍କରେ ଆଲୋଚନା କରି ବୁଝାସୁଝା କରୁଛନ୍ତି। ତେବେ ଏନେଇ କରି ସମ୍ପୃକ୍ତ ଶିକ୍ଷକ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଛାତ୍ରମାନଙ୍କୁ ବୁଝାସୁଝା କରି ଏକ ବସ ଯୋଗେ ହଷ୍ଟେଲକୁ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରା ଯାଇଥିଲା ।