ଭୁବନେଶ୍ୱର: ଓଡ଼ିଶାରେ ଅନୁଭୂତ ହେଲା ମୃଦୁ ଭୂମିକମ୍ପର ଝଟକା । ଭାରତ ଓ ବାଂଲାଦେଶରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭାରତରେ କୋଲକାତା ଓ ଓଡ଼ିଶାରେ ମୃଦୁ ଭୂମିକମ୍ପର ଝଟକା ପରିଲକ୍ଷିତ ହୋଇଛି । ଭୁବନେଶ୍ୱର, ପାରାଦ୍ୱୀପ ଓ ବାଲେଶ୍ୱର ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ମଙ୍ଗଳବାର ସକାଳ ୬.୧୦ ମିନିଟ ସମୟରେ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରହିଥିବା ବେଳେ ଭୂମିକମ୍ପର ଉତ୍ପତି ସ୍ଥଳ ବଙ୍ଗୋପସାଗର ରହିଛି । ଉତ୍ପତ୍ତିସ୍ଥଳଟି ପୂର୍ବ ଉପକୂଳ ଠାରୁ ୯୧କିମି ଦୂରରେ ରହିଛି । କେନ୍ଦ୍ରସ୍ଥଳୀ ଭୁବନେଶ୍ୱର ଠାରୁ ୨୯୭ କିମି, ପୁରୀ ଠାରୁ ୨୮୬ କିମି ଓ ବ୍ରମହାପୁର ଠାରୁ ୩୯୪ କିମି ଦୂରରେ ରହିଛି । ତେବେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି ।