ଭୁବନେଶ୍ୱର: ହୁତୁ ହୁତୁ ହୋଇ ଜଳିଗଲା ଡାଲି ଭର୍ତ୍ତି ଟ୍ରକ। ପାଖାପାଖି ୩୦ ଟନ ଡାଲି ନଷ୍ଟ ହୋଇଯାଇଥିବାର ସୂଚନା ମିଳିଛି। ସୂଚନାଯୋଗ୍ୟ ସୋମବାର ଭୋର ସମୟରେ ଫୁଲନଖରା ଓ ନିଆଳି ସ୍ଥିତ ରାସ୍ତାର ଆମଣକୁଦ ଛକ ନିକଟରେ ଏହି ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ଟ୍ରକଟି ସମ୍ପୂର୍ଣ ଭାବେ ଜଳିଯାଇଛି। ଘଟଣାସ୍ଥଳରେ ନିଆଳି-ଅଡଶପୂରର ଅଗ୍ନିଶମ ବିଭାଗ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ହେଁ ଟ୍ରକଟି ପୁରା ପୁରି ଜଳି ଯାଇଥିଲା।
ସୂଚନାନୁଯାୟୀ ଟ୍ରକଟି ଛତିଶଗଡ଼ରୁ କୋଣାର୍କ ଅଭିମୁଖେ ଯାଉଥିଲା। ଗାଡ଼ିରେ ନିଆଁ ଲାଗିଥିବା ଚାଳକ ଜଣକ ଦର୍ପଣ ଦେଖି ଜାଣିପାରିଥିଲେ। ପରବର୍ତ୍ତୀ ସମୟରେ ଅଗ୍ନିଶମ ବାହିନୀଙ୍କୁ ଖବର ଦେବାରୁ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ୧୬ ଚକିଆ ଟ୍ରକରେ କେଉଁ କାରଣରୁ ନିଅଁ ଲାଗିଥିଲା ତାହା ଫୁଲନଖରା ଓ ନିଆଳି ପୋଲିସ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଦୁର୍ଘଟଣା ପଛରେ ଯାନ୍ତ୍ରିକ ତ୍ରୁଟି ହିଁ ପ୍ରମୁଖ କାରଣ ବୋଲି ସନ୍ଦେହ କରାଯାଇଛି।