ଚନ୍ଦ୍ରର ଅତି ନିକଟରେ ପହଁଚିଲା ଚନ୍ଦ୍ରୟାନ-୨, ଆସନ୍ତାକାଲି କକ୍ଷରେ କରିବ ପ୍ରବେଶ
Khabar Odisha:development-chandrayan-2-moon-solar-system-isro
ବାଙ୍ଗାଲୋର, ଅଗଷ୍ଟ ୧୯(ଖବର ଓଡିଶା):

ଇସ୍ରୋ ଦ୍ୱାରା ଜୁଲାଇ ୨୨ରେ ଲଂଚ୍ କରାଯାଇଥିବା ମହତ୍ୱାକାଂକ୍ଷୀ ମିଶନ ଚନ୍ଦ୍ରାୟାନ-୨ ଆସନ୍ତାକାଲି ଚନ୍ଦ୍ରର କକ୍ଷରେ ପ୍ରବେଶ କରିବ । ଅଗଷ୍ଟ୧୪ରେ ଚନ୍ଦ୍ରୟାନକୁ ସ୍ଥାନାନ୍ତକରଣ ପ୍ରକ୍ଷେପବକ୍ରରେ ପ୍ରବେଶ କରାଯାଇଥିଲା । ବର୍ତମାନ ଯାନର ତରଳ ଇଞ୍ଜିନକୁ ଉପଯୋଗ କରାଯିବ । ଯଦ୍ୱାରା ଏହା ଚନ୍ଦ୍ରର କକ୍ଷ ମଧ୍ୟକୁ ପ୍ରବେଶ କରିପାରିବ ।

ଚନ୍ଦ୍ରୟାନ-୨ ମିଶନକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ତଦାରଖ କରୁଛି । ଏହାକୁ ଟେଲିମେଟ୍ରିଂ, ଟ୍ରାକିଂ ଓ କମାଣ୍ଡ ନେଟୱାର୍କ ଅପରେସନ କମ୍ପଲେକ୍ସ୍ ଦ୍ୱାରା ମନିଟରିଂ କରାଯାଉଛି । ଏଥିପାଇଁ ବାଙ୍ଗାଲୋରରେ ଥିବା ଡିପ୍ ସ୍ପେସ ନେଟୱର୍କର ମଧ୍ୟ ସାହାଯ୍ୟ ନିଆଯାଉଛି ।

ଇସ୍ରୋ ଗତ ୧୪ ତାରିଖରେ କହିଥିଲା ଯେଚନ୍ଦ୍ରୟାନ-୨ ମହାକାଶ ଯାନରେ ସମସ୍ତ ପ୍ରଣାଳୀ ପୂରଣ କରୁଛି । ଚନ୍ଦ୍ରୟାନ-୨ ହେଉଛି ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ । ଯହା ଦକ୍ଷିଣ ପ୍ରାନ୍ତରେ ତଦାରଖ କରିବା ସହ ତଥ୍ୟ ଦେବ । ଏହା ଚନ୍ଦ୍ର କକ୍ଷରେ ପ୍ରବେଶ କରିବା ପରେ ଲ୍ୟାଣ୍ଡର ଓ ବିକ୍ରମକୁ ସେଠାରେ ଅବସ୍ଥାପିତ କରିବ । ଏହାପରେ ବିକ୍ରମ ଲୟାଣ୍ଡର ଚନ୍ଦ୍ରକୁ ଦୁଇଥର ପରିକ୍ରମା କରିବା ପରେ ୭ ସେପ୍ଟେମ୍ବରରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବ । 

  • Tags:

Subscribe

National International State Sports Entertainment