ସମ୍ବଲପୁର: ଗଣପର୍ବ ନୁଆଁଖାଇକୁ ଆଖି ଆଗରେ ରଖି ଜିଲ୍ଲା ଅବକାରୀ ବିଭାଗର ପକ୍ଷରୁ ଯାରି ରହିଥିବା ସ୍ୱତନ୍ତ୍ର ଅଭିଯାନକୁ ମିଳିଲା ବଡ଼ ସଫଳତା। କୋଲକାତାରୁ ସମ୍ବଲପୁରକୁ ପ୍ରାୟ ୧୨ ଲକ୍ଷ ଟଙ୍କାର ବେଆଇନ ବ୍ରାଉନ ସୁଗର ଚୋରା ଚାଲାଣ କରିବା ଘଟଣାର ପର୍ଦାଫାଶ କରି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜିଲ୍ଲା ଅବକାରୀ ବିଭାଗ। ସୂଚନା ଅନୁସାରେ ସମ୍ଵଲପୁରକୁ ବେଆଇନ ବ୍ରାଉନ ସୁଗର ଚୋରା ଚାଳାଣ ହେଉଥିବା ସୂଚନା ପାଇ ଅତର୍କିତ ଭାବରେ ସୁନାପାଲି ଅଞ୍ଚଳରେ ୨ ଜଣ ବ୍ରାଉନ ସୁଗାର ବ୍ୟବସାୟୀଙ୍କ ଠାରୁ ୧୨ ଲକ୍ଷ ଟଙ୍କା ମୂଲ୍ୟର ୧୨୦ ବ୍ରାଉନ ସୁଗର ସହ ଏକ ସ୍କୁଟିକୁ ଜବତ କରାଯାଇଛି। ତେବେ ଉଭୟ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ଏହି ଚୋରା ବ୍ରାଉନ ସୁଗରର ଲିଙ୍କ ଆଉ କେତେ ଦୂର ଲମ୍ବିଛି ସେନେଇ ଅଧିକ ତଦନ୍ତ କରାଯାଉଥିବା ନେଇ ଜିଲ୍ଲା ଅବକାରୀ ବିଭାଗର ଉପ ଅଧିକ୍ଷକ ସୂଚନା ପ୍ରଦାନ କରିଛନ୍ତି।
ଆଗକୁ ପଢନ୍ତୁ- ଓଟିଭି ସାମ୍ବାଦିକଙ୍କ ଘରୁ ଚୋରି ମାମଲା, ୪ ଅଭିଯୁକ୍ତ ଗିରଫ, ଚୋରୀ ସାମଗ୍ରୀ ଜବତ