ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୧୨ଟି ସ୍ଥାନରେ ଚାଲିଛି ରେଡ୍‌
Khabar Odisha:vigilancr-rain-in-assistant-engineer-12-locations-simultaneously
ବାରିପଦା, ନଭେମ୍ବର ୨୫(ଖବର ଓଡିଶା):

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରାଯାଇଥିବା ସୂଚନା ମିଳିଛି । ତେବେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ନେତୃତ୍ୱରେ ଏକକାଳୀନ ୧୨ଟି ସ୍ଥାନରେ ଚଢାଉ କରାଯାଇଛି । 

ସୂଚନା ଅନୁସାରେ, ସନ୍ତୋଷଙ୍କର ବାରିପଦା ଆଇଟିଡିଏ କାର୍ଯ୍ୟାଳୟ, ଭଞ୍ଜପୁରସ୍ଥିତି ଘର, ବାଲିଆପଦର ଭୋଗରାଇ ସ୍ଥିତ ପୈତୃକ ଘର ସହିତ ଭୁବନେଶ୍ୱର ଓ ଉତ୍ତରା ଆଦି ସ୍ଥାନରେ ଥିବା ସମ୍ପତ୍ତି ଉପରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । 

ସେହିପରି ଦୀର୍ଘ ବର୍ଷ ଧରି ଯନ୍ତ୍ରୀ ଗୋଟିଏ କାର୍ଯ୍ୟାଳୟରେ ଚାକିରୀ କରୁଥିବା ବେଳେ ବହନ୍ଦୁର୍ନୀତିରେ ସମ୍ପୃକ୍ତ ଥିବା ନେଇ ପୂର୍ବରୁ ଖବର ମଧ୍ୟ ପ୍ରକାଶ ହୋଇଥିଲା । ତେବେ ଠିକାଦାରଙ୍କ ଜାଲ ଦସ୍ତଖତ ନେି ଅନେକ ସମୟରେ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ଆସିଥିଲା । ଜିଏସଟି ଠକେଇ ମାମଲାରେ ତଦନ୍ତ ଚାଲୁରହିଥିବାର ନଜିର ମଧ୍ୟ ରହିଛି । 

  • Tags:

Subscribe

National International State Sports Entertainment