ଗଞ୍ଜାମ: ବୁଧବାର ପୁଣି ଏକ ବଡ଼ ମାଛ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ୱାଇଁଙ୍କ ଘରେ ପଶିଛି ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ । ତାଙ୍କର ଗଞ୍ଜାମ ଜିଲ୍ଲାର ଭଞ୍ଜନଗରର ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି ।
ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭଞ୍ଜନଗରର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ୱାଇଁଙ୍କର ଏକାଧିକ ସ୍ଥାନରେ ଥିବା ଘର ଉପରେ ଚଢ଼ାଉ କରାଯାଉଛି । ଭଞ୍ଜନଗରେ ବେଜିପୁଟରେ ଥିବା ୩ ମହଲା ବିଶିଷ୍ଟ ଘର, ଏନଏସିର ୬ ନଂ ୱାର୍ଡରେ ନିର୍ମାଣଧୀନ ଥିବା ୨ ମହଲା ଘର, ରଘୁନାଥ ବିହାରରେ ଥିବା ସମ୍ପର୍କିୟଙ୍କ ଘର, ବାଗଦେବିରେ ଥିବା ସମ୍ପର୍କିୟଙ୍କ ଘର, କାର୍ଯ୍ୟାଳୟ ଏବଂ ଲୁଡୁଲୁଡିରେ ଥିବା ପୈତୃକ ଘର ଏକାକଳୀନ ଚଢ଼ାଉ ଜାରି ରହିଛି । ଏହା ସହିତ ବ୍ରହ୍ମପୁର ତୁଳସୀନଗରରେ ଥିବା ୪ ମହଲା ବିଶିଷ୍ଟ ଘରେ ଯାଞ୍ଚ ଜାରି ରହିଛି ।
ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ୭ ଜଣ ଡିଏସପି, ୪ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ଚଢ଼ାଉରେ ସାମିଲ ହୋଇଛନ୍ତି ।