ଖବର ଓଡ଼ିଶା: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଖାଇବାକୁ ନ ଦେବାରୁ ପୁଅ ମାଆର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ହେଉଛନ୍ତି ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚପଡା ପଞ୍ଚାୟତ ତାଳପଦା ଗାଁର ବାସନ୍ତି ମହାନ୍ତି । ପୁଲିସ ଅଭିଯୁକ୍ତ ପୁଅ ଅରୁଣ ମହାନ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଅରୁଣ ମଦ ପିଇ କରି ଘରକୁ ଆସିଥିଲା । ମନ ପସନ୍ଦର ଜିନିଷ ବନାଇ ଖାଇବାକୁ ଦେବାକୁ ମାଆକୁ କହିଥିଲା । କିନ୍ତୁ ମାଆ ଖାଇବାକୁ ଦେବାକୁ ମନା କରି ଦେଇଥିଲା । ଏହାକୁ ନେଇ ମା’ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଅରୁଣ ଉତ୍କ୍ଷିପ୍ତ ହୋଇ ମା’ର ତଣ୍ଟି ଚିପି ଦେଇଥିଲା। ବାସନ୍ତୀଙ୍କୁ ତଣ୍ଟି ଚିପି ମାରୁଥିବା ଦେଖି ଅରୁଣଙ୍କ ସ୍ତ୍ରୀ ଦୌଡ଼ି ଆସି ଛଡ଼ାଇବାକୁ ଚେଷ୍ଟକ କରିଥିଲେ । ଅରୁଣ ସ୍ତ୍ରୀଙ୍କୁ ମଧ୍ୟ ମାଡ଼ ମାରିଥିଲେ । କିନ୍ତୁ ଘଟଣାସ୍ଥଳରେ ବାସନ୍ତୀଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ପରିବାର ଲୋକେ ପେଲିସକୁ ଖବର ଦେଇଥିଲେ ।
ପୋଲିସ ଘଟଣା ସ୍ଥଲରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହିତ ଅଭିଯୁକ୍ତ ପୁଅକୁ ହେପାଜତରେ ନେଇ ପଚରା ଉଚରା କରୁଛି ।