ଅବକାରୀ ବିଭାଗ ପକ୍ଷରୁ ଚଢାଉ, ଗଞ୍ଜେଇ ସହିତ ଜଣେ ମହିଳା ଗିରଫ
Khabar Odisha:raid-at-deogarh-one-women-arrested
ଦେବଗଡ,ଜୁଲାଇ ୧୮(ଖବର ଓଡିଶା):

ଦେବଗଡ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ । ଚୋରା ଗଞ୍ଜେଇ ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗ ସୋମବାର ରିଆମାଳ ଥାନା ଅନ୍ତର୍ଗତ ରେଙ୍ଗାଳବାହାଳ ଗ୍ରାମରେ ଚଢାଉ କରିଥିଲା। ତେବେ ଚୋରା ଗଞ୍ଜେଇ ରଖିଥିବା ଅଭିଯୋଗରେ ରେଙ୍ଗାଳବାହାଳ ଗ୍ରାମର ଗନ୍ଧର୍ବ ପ୍ରଧାନଙ୍କ ସ୍ତ୍ରୀ ମଞ୍ଜୁ ସାହୁଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ, ଅବକାରୀ ବିଭାଗ ପକ୍ଷରୁ ରିଆମାଳ ବ୍ଲକ ଅଞ୍ଚଳରେ ଇନ୍ସପେକ୍ଟର ମଧୁସୂଦନ ସାହୁଙ୍କ ନେତୃତ୍ଵରେ ଧରପଗଡ ଚାଲିଥିଲା । ରେଙ୍ଗାଳବାହାଳ ଗ୍ରାମରେ ସଂପୃକ୍ତ ମହିଳାଙ୍କ ଘରେ ଚୋରାରେ ଗଞ୍ଜେଇ ରଖାଯାଇଥିବା ଖବର ମିଳିଥିଲା । 

ତେବେ ଖବରପାଇ ଅବକାରୀ ବିଭାଗ ପକ୍ଷରୁ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ଚଢାଉ କରାଯାଇଥିବା ବେଳେ ମଞ୍ଜୁ ସାହୁ ଗଞ୍ଜେଇକୁ ବସ୍ତା ରେ ଭର୍ତ୍ତି କରି ନେଇ ପଳାଇଯାଉଥିଲେ ।

  • Tags:

Subscribe

National International State Sports Entertainment