ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନଆସିବା ଯାଏଁ ହେବନି ଅନ୍ତିମ ସଂସ୍କାର- ଉନ୍ନାଓ ପୀଡିତାଙ୍କ ପରିବାରର ଦାବି
Khabar Odisha:national-odisha-unnao-assault-case-girl-burnt-and-murder-family-demands-cm-yogi-to-come-before-last-rites
ଉନ୍ନାଓ, ଡିସେମ୍ଵର ୦୮ (ଖବର ଓଡିଶା) :

 ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କର ଆଜି ଅନ୍ତିମ ସଂସ୍କାର କରାଯିବ। ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସି ସେମାନଙ୍କୁ ସାକ୍ଷାତ ନକରିବା ପର୍ଯ୍ୟନ୍ତ ପୀଡିତାଙ୍କର ଅନ୍ତିମ ସଂସ୍କାର କରାଯିବ ନାହିଁ ବୋଲି ପରିବାର ଲୋକେ ଦାବି କରିଛନ୍ତି। ପୀଡିତାଙ୍କ ପିତା କହିଛନ୍ତି ଯେ, ଯେଉଁ ପର୍ଯ୍ୟନ୍ତ  ଖୋଦ୍ ମୁଖ୍ୟମନ୍ତ୍ରୀ ଆସି ନାହାଁନ୍ତି ସେପର୍ଯ୍ୟନ୍ତ ସେ ତାଙ୍କ ଝିଅର ଅଣ୍ତିମ ସଂସ୍କାର କରିବେ ନାହିଁ। 

ଏନେଇ ଉନ୍ନାଓ ପୀଡିତାଙ୍କ ଭଉଣୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଆସନ୍ତୁ ଏବଂ ନିଜେ କିଛି ନିଷ୍ପତ୍ତି ନିଅନ୍ତୁ। ଏହା ସହ ତାଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି। ତେବେ ପୀଡିତାଙ୍କ ଅନ୍ତିମ ସଂସ୍କାର ହେବା ଯାଏଁ ଲକ୍ଷ୍ନୌର ଆଇଜି ଏସକେ ଭଗତ ସେଠାରେ ଉପସ୍ଥିତ ରହିବେ। ଏହା ପରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଡିଜିପି ଓପି ସିଂହ କହିଛନ୍ତି। 

କ୍ୟାବିନେଟ ମନ୍ତ୍ରୀ ସ୍ଵାମୀ ପ୍ରସାଦ ମୌର୍ଯ୍ୟ ଶନିବାର ବିଳମ୍ଵିତ ରାତ୍ରୀରେ ପୀଡିତାଙ୍କ ଗ୍ରାମରେ ପହଁଚିଥିଲେ। ସେ ପୀଡିତାଙ୍କ ପିତାଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛନ୍ତି। ସେହି ସମୟରେ ଦୁଷ୍କର୍ମ ପୀଡିତାଙ୍କ ପିତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଦିଆଯିବ ବୋଲି ଡିଏମ୍ ଦେବେନ୍ଦ୍ର କୁମାର ପାଣ୍ଡ୍ୟେ କହିଛନ୍ତି। 

ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ବିଳମ୍ବିତ ରାତ୍ରୀରେ ଲକ୍ଷ୍ନୌର ସିଭିଲ ହସ୍ପିଟାଲରୁ ଏୟାରଲିପ୍ଟ କରି ଉନ୍ନାଓ ପୀଡିତାଙ୍କୁ ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତ୍ରୀ ୧୧ଟା ୪୦ରେ ଉନ୍ନାଓ ଦୁଷ୍କର୍ମ ପୀଡିତା ସଫଦରଗଞ୍ଜ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଦୀର୍ଘ ୪୪ ଘଣ୍ଟା ଜୀବନ ମୃତ୍ୟୁ ସହ ସଙ୍ଘର୍ଷ କରିଥିବା ପୀଡିତା ଶେଷ ସମୟରେ ମଧ୍ୟ ନିଜ ପାଇଁ ନ୍ୟାୟ ଦାବି କରିଥିଲେ। 

ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କୁ ବଳାତ୍କାରୀମାନେ ପେଟ୍ରୋଲ ଢାଳି ଜଳାଇବାକୁ ଚେଷ୍ଟା କରିଥିଲେ। ଏଥିରେ ପୀଡିତାଙ୍କର ୯୦ ପ୍ରତିଶତ ଶରୀର ଜଳି ଯାଇଥିଲା। ପୀଡିତାଙ୍କ ଦେହରେ ନିଆଁ ଲାଗିବା ପରେ ପାଖାପାଖି ୧ କିମି ଯାଏଁ ସେ ସାହାଯ୍ୟ ମାଗିବାକୁ ଦୌଡିଥିଲେ। ଏପରିକି ପୀଡିତା ନିଜେ ୧୧୨ରେ ଫୋନ କରି ପୋଲିସକୁ ସମସ୍ତ ଘଟଣାକ୍ରମ ବଖାଣିଥିଲେ। ଏହାପରେ ପୋଲିସ ଟିମ୍ ଆମ୍ଵୁଲାନ୍ସ ସହ ଘଟଣାସ୍ଥଳରେ ପହଁଚି ତାଙ୍କୁ ଉଦ୍ଧାର କରିଥିଲେ।

Subscribe

National International State Sports Entertainment