ଜମିଜମା ବିବାଦରୁ ସାନ ଭାଇର କଟୁରୀ ଚୋଟରେ ବଡ ଭାଇର ମୃତ୍ୟୁ
Khabar Odisha:murder-in-bhadrak-district
ଭଦ୍ରକ, ମାର୍ଚ୍ଚ ୨୮ (ଖବର ଓଡ଼ିଶା):

ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ଅଭାବନୀୟ ଘଟଣା ସାନ ଭାଇର କଟୁରି ଚୋଟରେ ବଡ଼ଭାଇର ମୃତ୍ୟୁ।

ସୂଚନା ଅନୁଯାୟୀ, ନାୟକାଣିଡିହି ଗାଁର ଭଗବାନ ବାରିକ(୫୮) ଆଜି ସକାଳେ ବାରି ପଛପଟକୁ ଶୌଚ ହେବାକୁ ଯାଇଥିଲେ। ସେ ଫେରିବା ବେଳେ ପୂବର୍ରୁ ତାଙ୍କୁ ଛକିଥିବା ସାନ ଭାଇ ରତ୍ନାକର ବେହେରା (୪୫) କଟୁରିରେ ବଡ଼ଭାଇଙ୍କୁ ହଠାତ ମରଣାନ୍ତକ ଆକ୍ରମଣ କରିଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ବଡ଼ଭାଇ ଭଗବାନ ବାରିକଙ୍କର ମୃତ୍ୟୁ ଘଟିଥିଲା।

ବଡ ଭାଇର ମୃତ୍ୟୁ ଘଟିଥିବା ଜାଣି ଅଭିଯୁକ୍ତ ସାନଭାଇ ରତ୍ନାକର ବେହେରା ଘଟଣାସ୍ଥଳରୁ ଫେରାର୍ ହେବା ଲାଗି ଚେଷ୍ଟା କରୁଥିବା ସମୟରେ ଗ୍ରାମବାସୀ ତାକୁ କାବୁ କରି ପୁଲିସ୍ ଜିମା ଦେଇଥିଲେ। ନାୟକାଣିଡିହି ଥାନା ପୁଲିସ୍ ଅଭିଯୁକ୍ତ ରତ୍ନାକର ବେହେରାକୁ ଗିରଫ କରିଥିବା ବେଳେ ଭଗବାନ ବାରିକଙ୍କର ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ଲାଗି ପଠାଇଛି। ଜମି ବିବାଦରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। 

  • Tags:

Subscribe

National International State Sports Entertainment