ଭାଉଜକୁ ଗଳାକାଟି ହତ୍ୟା କଲା ଦିଅର
Khabar Odisha:murder-in-Cuttack-Sikharpur
ଭୁବନେଶ୍ୱର, ଏପ୍ରିଲ 2 (ଖବର ଓଡିଶା) :

ଭାଉଜକୁ ହତ୍ୟା କଲା ଦିଅର । କଟକ ଶିଖରପୁର ଅଞ୍ଚଳରେ ଘଟିଛି ଏପରି ଜଘନ୍ୟ ହତ୍ୟାକାଣ୍ଡ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

କଟକ ଶିଖରପୁର ଅଞ୍ଚଳ ଉପର ସାହିରେ ଆଜି ଏକ ହତ୍ୟାକାଣ୍ଡ ଘଟିଛି । ଭାଉଜକୁ ଗଳାକାଟି ନିଜ ଦିଅର ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଜମିବାଡ଼ି ମାମଲାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଭିଣୋଇଙ୍କ ମୃତ୍ୟୁ ପରେ ସମ୍ପତ୍ତି ଲୋଭରେ ଦିଅର ଭଉଣୀ ଓ ପିଲାଙ୍କୁ ନିର୍ଯ୍ୟାତନା ଦେଉଥିଲେ ବୋଲି ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ସେଣ୍ଟଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment