ନୂଆଦିଲ୍ଲୀ: ଗୋଟିଏ କାମବାଲି ଉପରେ ବିଶ୍ୱାସ ଏବଂ ଭରସା କରି ସମ୍ପୂର୍ଣ୍ଣ ଘରର ଦାୟିତ୍ୱ ଦିଆଯାଇଥାଏ । କିନ୍ତୁ ସମୟ ଆସିଲେ ସେହି କାମବାଲି କେତେ ମାରାତ୍ମକ ହୋଇଯାଇପାରେ ତାହା କେହି କେବେ କଳ୍ପନା ମଧ୍ୟ କରି ପାରନ୍ତି ନାହିଁ । ଉତ୍ତର ପ୍ରଦେଶ ଗାଜିଆବାଦରୁ ଜଣେ କାମବାଲି ବିରୋଧରେ ଏମିତି ଏକ ଅଭିଯୋଗ ଆସିଛି ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ ଏବଂ କେବେବି ଏକ କାମବାଲି ଉପରେ ଭରସା କରିବେ ନାହିଁ । ପରିବାର ଅନୁପସ୍ଥିତିରେ ରୋଷେଇ କରୁଥିବା କାମବାଲି ଅଜବ କାଣ୍ଡ କରିଛି । ଯେଉଁଥି ପାଇଁ ପୂରା ପରିବାର ଏବେ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛି ।
ଅଭିଯୋଗ ମୁତାବକ ଗାଜିଆବାଦର ଏକ ପରିବାର ଘରେ ରୋଷେୟା ରଖି ଖାଇବା ପ୍ରସ୍ତୁତ କରନ୍ତି । ରୀନା ନାମକ କାମବାଲି ଦୀର୍ଘ 8 ବର୍ଷ ହେବ ସେଠାରେ କାମ କରୁଛି । ମାତ୍ର କିଛି ଦିନ ହେବ ପରିବାର ସମସ୍ତଙ୍କ ପେଟରେ ଯନ୍ତ୍ରଣା ଅନୁଭବ କଲେ । ଇନଫେକସନ୍ ଭାବି ଡାକ୍ତର ଦେଖାଇ ଔଷଧ ଆଣିଥିଲେ । ଏମିତି କି ଧିରେ ଧିରେ କିଡନୀ ଏବଂ ଲିଭରରେ ମଧ୍ୟ ସମସ୍ୟା ଦେଖା ଦେଇଛି । ଏହାର କାରଣ ଜାଣିବା ପାଇଁ ଘରର ମାଲିକ ରୋଷେଇ ଘରେ ସିସିଟିଭି କ୍ୟାମେରା ଲଗାଇଲେ । ସିସିଟିଭି କ୍ୟାମେରାରୁ ଯେଉଁ ତଥ୍ୟ ମିଳିଲା ତାହା ସମସ୍ତଙ୍କ ନିଦ ହଜାଇ ଦେଲା । କାମବାଲି ଜଣକ ଅଟାରେ ପ୍ରତିଦିନ ପରିସ୍ରା ମିଶାଇ ରୁଟି ତିଆରି କରୁଥିବାର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ।
ଏହା ପରେ ଘରର ମାଲିକ ରୋଷେୟା ରୀନା ନାଁରେ ଥାନାରେ କ୍ରସିଂ ରିପବ୍ଲିକ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ କାମବାଲି ରୀନାକୁ ଗିରଫ କରିଥିବା ଡିସିପି ସୁରେନ୍ଦ୍ର ନାଥ ତିୱାରୀ ସୂଚନା ଦେଇଛନ୍ତି । ପୁଲିସ ତାକୁ ହେପାଜତରେ ନେଇ ପଚରା ଉଚରା କରୁଛି । ତେବେ ସେ କାହିଁକି ଏପରି କଲା ଏବଂ ତାର ଉଦ୍ଦେଶ୍ୟ କଣ ଥିଲା ସେ ନେଇ କୌଣସି ସୂଚନା ମିଳିପାରି ନାହିଁ ।