ପୋଲିସର ନିଦ ହଜାଇଲେ ଲୁଟେରା, ଡିକି ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା
Khabar Odisha:loot-in-dhenkanal
ଢେଙ୍କାନାଳ, ନଭେମ୍ବର ୧୬(ଖବର ଓଡିଶା):

ଢେଙ୍କାନାଳରେ ପୁଣି ଲୁଟେରା ଆତଙ୍କ । ସୋମବାର ସଦର ଥାନା ଅଞ୍ଚଳର ଜଣେ କାରଖାନା କର୍ମଚାରୀଙ୍କ ଠାରୁ ଲୁଟ ହୋଇଥିଲା । ପୁଣି ମଙ୍ଗଳବାର ସହରରୁ ୧ ଲକ୍ଷ ୮୦ ହଜାର ଟଙ୍କା ଲୁଟ କରିଛନ୍ତି ଲୁଟେରା । 

ସୂଚନା ଅନୁସାରେ, ଢେଙ୍କନାଳ ଜିଲ୍ଲା କଲଟାକ୍ସ ଅଞ୍ଚଳର ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ବାଇକ ଡିକି ଭାଙ୍ଗି ୧ ଲକ୍ଷ ୮୦ ହଜାର ଟଙ୍କା ଲୁଟ ହୋଇଛି । ଲୁଟ ହୋଇଥିବା ବ୍ୟକ୍ତିଙ୍କ ହେଉଛନ୍ତି ବିଚିତ୍ରାନନ୍ଦ ମହାନ୍ତି । ତେବେ ସହରର ଜନଗହଳିପୂର୍ଣ୍ଣ ସୁପର ମାର୍କେଟ ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ଆଗରୁ ଏହି ଲୁଟ ହୋଇଛି । 

ତେବେ ବିଚିତ୍ରାନନ୍ଦ ଢେଙ୍କାନାଳ ୟୁକୋ ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ ଡିକିରେ ରଖି ଷ୍ଟେଟ ବ୍ୟାଙ୍କକୁ ଆସୁଥିଲେ । ଷ୍ଟେଟ ବ୍ୟାଙ୍କରୁ ସେ ଆଉ ଏକ ଚେକ ଡିପୋଡିଟ୍ କରିବାକୁ ଯାଇଥିଲା । ଏହାର ସୁଯୋଗରେ ଲୁଟେରାମାନେ ତାଙ୍କ ବାଇକ ଡିକି ଭାଙ୍ଗି ଟଙ୍କା ଲୁଟିନେଇଥିବା ଅଭିଯୋଗ କରିଛନ୍ତି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment