ଭଦ୍ରକ: ଭଦ୍ରକ ଜିଲ୍ଲା ଜଗଦଳପୁର ପଞ୍ଚାୟତର ଜୁଡ଼ାଗଡିଆ ଗ୍ରାମରେ ସଶସ୍ତ୍ର ଡକାୟତି ହୋଇଛି । ନିରଞ୍ଜନ ଶତପଥୀଙ୍କୁ ଘରୁ ବନ୍ଧୁକ ମୁନରେ ଲୁଟ୍ ହୋଇଛି । ତିନି ଜଣ ଫେରାର ହୋଇଯାଇଥିବାବେଳେ ଜଣକୁ କାବୁ କରି ପୁଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ଗ୍ରାମାଞ୍ଚଳ ଥାନା ପୋଲିସ ସମ୍ପୃକ୍ତ ଡକାୟତକୁ ଅଟକ ରଖି ଜେରା କରୁଛି ।
ଭଦ୍ରକ ଜିଲ୍ଲା ଜଗଦଳପୁର ପଞ୍ଚାୟତର ଜୁଡ଼ାଗଡିଆ ଗ୍ରାମରେ ରାତି ପାଖାପାଖି ୯ଟା ସମୟରେ ୪ ଜଣ ଡକାୟତ ନିରଞ୍ଜନ ସାହୁଙ୍କ ଘର କବାଟ ବାଡ଼େଇଥିଲେ । ନିରଞ୍ଜନ କବାଟ ଖୋଲିବା କ୍ଷଣି ଡକାୟତମାନେ ଘର ଭିତରକୁ ଧସେଇ ପଶି ନିରଞ୍ଜନ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଧୁକ ଦେଖାଇ ଗୋଟିଏ କୋଠରୀରେ କବାଟ ଦେଇଥିଲେ । ଏହା ପରେ ଘର ଭିତରୁ ଟଙ୍କା ଓ ସୁନା ଗହଣା ଲୁଟ୍ କରିଥିଲେ । ଏହି ସମୟରେ ଗ୍ରାମବାସୀ ଖବର ପାଇ ରୁଣ୍ଡ ହୋଇଯାଇଥିଲେ । ସମସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବାକୁ ଚେଷ୍ଟା କରୁଥିବାବେଳେ ଜଣେ କବଜାକୁ ଆସିଥିଲା । ଆଉ ୩ ଜଣ ଫେରାର ହେବାରେ ସଫଳ ହୋଇଥିଲେ ।
ଖବର ଗ୍ରାମାଞ୍ଚଳ ଥାନା ପୁଲିସ ଗାଁରେ ପହଁଚି ସମ୍ପୃକ୍ତ ଚୋରକୁ ନିଜ ହେପାଜତକୁ ନେଇଥିଲା । ତେବେ ଚୋରଙ୍କ ମଧ୍ୟରେ ୩ ଜଣ ଅଣଓଡ଼ିଆ ଏବଂ ଜଣେ ଓଡ଼ିଆ ଥିବା ଜଣାପଡ଼ିଛି । ପୁଲିସ ଜଣକଙ୍କୁ ରଖି ଜେରା କରୁଛି । ଖୁବ ଶୀଘ୍ର ଅନ୍ୟମାନଙ୍କୁ ଧରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।