ଯାଜପୁର: ନାବାଳିକାକୁ ଅପହରଣ ଓ ପରେ ଦୁଷ୍କର୍ମ କରିବା ମାମଲାରେ ତିନି ଅଭିଯୁକ୍ତଙ୍କୁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଯାଜପୁର ଆଡ୍-ହକ୍ ଅତିରିକ୍ତ ଜ଼ିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜ୍ । ତିନି ଅଭିଯୁକ୍ତଙ୍କୁ୨୦ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ଯାଜପୁର ଆଡ୍-ହକ୍ ଅତିରିକ୍ତ ଜ଼ିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜ୍ । ୨୦୨୦ ମସିହା ସୁକିନ୍ଦାରେ ଏକ ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ କୋର୍ଟ ଏହି ରାୟ ଶୁଣାଇଛନ୍ତି । ୬ ମାସ ଅଧିକ କାରାଦଣ୍ଡାଦେଶ ସହ ପ୍ରତ୍ୟେକଙ୍କୁ ୩ ହଜାର ଲେଖାଏଁ ଜରିମାନା ମଧ୍ୟ କରାଯାଇଛି । ପୀଡ଼ିତାଙ୍କୁ ୭ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଗତ ୨୦୨୦ରେ ସୁକିନ୍ଦା ଥାନା ଅଞ୍ଚଳର ୧୬ବର୍ଷୀୟ କଲେଜ ପଢୁଆ ନାବାଳିକାଙ୍କ ଘରେ କେନ୍ଦୁଝର ଜିଲ୍ଲା କେଶଦୁରାପାଳ ଅଞ୍ଚଳ ର ଭଗବାନ ମହାରଣା କାଠ କାମ କରୁଥିଲେ । ଭଗବାନ ନାବାଳିକାକୁ ଅପହରଣ କରି ସୁକିନ୍ଦା ଥାନା କେନ୍ଦୁଡିପି ଅଞ୍ଚଳର ପୁନମ ଅଗ୍ରୱାଲଙ୍କ ଘରେ ରଖି ଜୋର ଜବରଦସ୍ତ ଅନୈତିକ ସଂପର୍କ ସ୍ଥାପନ କରିଥିଲେ । ପରବର୍ତ୍ତି ସମୟରେ ନାବାଳିକାକୁ ବିବାହ କରି ଭଦ୍ରକ ଭଣ୍ଡାରୀପୋଖରୀ ଥାନା ନିରାକାର ପାଣିଗ୍ରାହୀଙ୍କ ଘରେ ରଖି ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ସଂପୃକ୍ତ ନାବାଳିକାଙ୍କ ପରିବାର ବର୍ଗ ସୁକିନ୍ଦା ଥାନାରେ ଝିଅର ଅପହରଣ ନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତଙ୍କୁ ପୋଲିସ ଭଦ୍ରକରୁ ନାବାଳିକାକୁ ଉଦ୍ଧାର କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଗତକାଲି ଏହି ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତିନି ଜଣ ଅଭିଯକ୍ତଙ୍କୁ କାରାଦଣ୍ଡାରେ ଦଣ୍ଡିତ କରିଛନ୍ତି । ଏହି ମାମଲାରେ କୋଡ଼ିଏ ଜଣଙ୍କ ସାକ୍ଷ୍ୟକୁ ଗ୍ରହଣ କରାଯାଇଥିଲା । ଏହି ମାମଲାକୁ ସରକାରୀ ଓକିଲ ପାର୍ଥ ସାରଥୀ ରାୟ ପରିଚାଳନା କରିଥିଲେ l