କଟକରେ ପୁଣି ନକଲି କାରବାର, ଏକ ଦୋକାନରୁ ବିପୁଳ ପରିମାଣର ନକଲି ସସ୍ ଜବତ
Khabar Odisha:huge-quantities-of-counterfeit-sauce-seized-from-a-warehouse
କଟକ, ଜାନୁଆରୀ ୧୩(ଖବର ଓଡିଶା):

କଟକରେ ଥମିବାର ଲାଗୁନି ନକଲି କାରବାର । କଟରୁ ପୁଣି ନକଲି ଜିନିଷ ଠାବ ହୋଇଛି । କଟକ ମାଲଗୋଦାମ ଅଞ୍ଚଳର ଏକ ଦୋକାନରୁ ନକଲି ସସ୍ ଜବତ ହୋଇଛି । ପ୍ରାୟ ୧୦୦ରୁ ଅଧିକ ନକଲି ସସ୍ ବୋତଲ କମିଶନରେଟ ପୋଲିସ ଜବତ କରିଛି । 

ସୂଚନା ଅନୁସାରେ, କଟକ ମାଲଗୋଦାମର ଏକ ଅଞ୍ଚଳର ଏକ ଦୋକାନରୁ କମିଶରେଟ ପୋଲିସ ଓ ସିଏମସି ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା । ଏହି ଦୋକାନରୁ ୧୦୦ରୁ ଅଧିକ ନକଲି ସସ୍ ବୋତଲକୁ କମିଶନରେଟ ପୋଲିସ ଜବତ କରିଛି । 

ତେବେ ଏବେ ଯାଏଁ ଘଟଣାରେ କେତେ ଜଣଙ୍କୁ ଗିରଫ କରାଯାଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଏତେ ପରିମାଣର ନକଲି ସସ୍ କେଉଁଠାରି ଆସିଲା ସେନେଇ କମିଶନରେଟ ପୋଲିସ ଛାନଭିନ ଜାରି ରଖିଛି । 

ସେପଟେ ଗତ କିଛି ଦିନ ହେଲା କଟକରୁ ନକଲି କାରଖାନା କମ୍ପାନୀ ଠାବ ହୋଇଛି । ସିମେଣ୍ଟ, ଆଚାର, ଗୁଟ୍‌ଖା, ଘିଅ ଆଦି ଅନେକ ନକଲି କାରଖାନା ଠାର ହୋଇଥିଲା । କମିଶନରେଟ ପୋଲିସ ଲଗାତାର ଭାବେ ଏପରି ସବୁ ନକଲି କାରଖାନା ଠାବ କରୁଛି । ଏହାସହିତ ବିପୁଳ ପରିମାଣର ସାମଗ୍ରୀ ମଧ୍ୟ ଜବତ କରୁଛି । 

  • Tags:

Subscribe

National International State Sports Entertainment