କନ୍ଧମାଳ: ମଦ୍ୟପ ପୁଅ ଉନ୍ମତ କାଣ୍ଡରେ ଶେଷରେ ଅତିଷ୍ଠ ହୋଇ ହତ୍ୟା କରିଛି ବାପା । ପୁଅକୁ ଛୁରୀ ଭୁସି ହତ୍ୟା କରିଛି ଜନ୍ମଦାତା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ସୀଙ୍ଗମିଲ ଗ୍ରାମରେ । ମୃତକ ଜଣକ ହେଲେ ଜିତେନ୍ଦ୍ର ମଲ୍ଲିକ (୨୩) । ହତ୍ୟାକାରୀ ବାପା ପ୍ରାଣେଶ୍ୱର ମଲ୍ଲିକଙ୍କୁ ବାଲିଗୁଡ଼ା ପୋଲିସ ଗିରଫ କରିଛି ।
ପ୍ରାଣେଶ୍ୱରଙ୍କ ପୁଅ ଜିତେନ୍ଦ୍ର ସବୁବେଳେ ମଦ ପିଇ ନିଶାରେ ଚୁର ହୋଇ ଘରେ ଅଶାନ୍ତି ସୃଷ୍ଟି କରୁଥିଲା । ଗତକାଲି ରାତିରେ ମଧ୍ୟ ସମାନ ପରିସ୍ଥିତ ହୋଇଥିଲା । ଜିତେନ୍ଦ୍ର ଅତ୍ୟଧିକ ମଦ ପିଇ ଘରକୁ ଫେରି ରାତି ଅଧରେ କବାଟ ବାଡ଼େଇଥିଲା । ଘରେ ସମସ୍ତେ ଶୋଇଥିବାରୁ କବାଟ ଖୋଲିବାରେ ବିଳମ୍ବ ହୋଇଥିଲା । ପ୍ରାଣେଶ୍ୱର ଆସି ଘରର କବାଟ ଖୋଲିଥିଲେ ।
ଏହା ପରେ ତାଣ୍ଡବ କରିଥିଲା ମଦ୍ୟପ ପୁଅ । ବାପାକୁ ଅସଭ୍ୟ ଭାଷାରେ ଗାଳି ଗୁଲିଜ କରିବା ସହିତ ଘରର ଜିନିଷପତ୍ର ଭଙ୍ଗାରୁଜା କରିଥିଲା । ବାପା ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ବାପା ପ୍ରାଣେଶ୍ୱର ଉତିକ୍ଷିପ୍ତ ହୋଇ ରାଗରେ ପୁଅ ପେଟରେ ଏକ ଛୁରୀ ଭୁସି ହତ୍ୟା କରିଥିଲେ ।
ତେବେ ଖବର ପାଇ ବାଲିଗୁଡ଼ା ଥାନା ପୋଲିସ ସୀଙ୍ଗମିଲ ଗ୍ରାମରେ ପହଁଚି ପ୍ରାଣେଶ୍ୱରଙ୍କୁ ଗରିଫ କରିଛି । ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ମାମଲାର ଯାଞ୍ଚ କରୁଛି ।