ରକ୍ଷକ ସାଜିଲା ରାକ୍ଷସ, କାରରେ ଉଠାଇ ନେଇ ପୁରୀରେ ଯୁବତୀଙ୍କୁ ଗଣ ବଳାତ୍କାର, କନଷ୍ଟେବଳ ସାମିଲ
Khabar Odisha:crime-odisha-4-person-raped-a-girl-in-puri-police-constable-include-in-incident
ପୁରୀ, ଡିସେମ୍ବର୦୨(ଖବର ଓଡ଼ିଶା):

ସଂପ୍ରତି ଦେଶରେ ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକଙ୍କ ସହ ବଳାତ୍କାର ଓ ପୋଡ଼ି ହତ୍ୟା କରିବା ମାମଲା ଆଲୋଡ଼ନ ସୃଷ୍ଟି କରିଛି। ଲୋକଙ୍କ ମଧ୍ୟରେ ଆକ୍ରୋଶର ମାହୋଲ ରହିଛି। ଲୋକେ ସଡ଼କକୁ ଓହ୍ଲାଇ ଦୋଷୀଙ୍କୁ କଡ଼ା ସଜା ଦେବାକୁ ଦାବି କରୁଛନ୍ତି। ଏହା ମଧ୍ୟରେ ଧାର୍ମିକ ପୀଠ ପୁରୀରୁ ବଳାତ୍କାର ନେଇ ଆସିଛି ସବୁଠୁ ବଡ଼ ଖବର। ହାଇଦ୍ରାବାଦ ପରି ଏଠାରେ ମଧ୍ୟ ଯୁବତୀଙ୍କୁ ସାହାଯ୍ୟ କରିବାର ବାହାନା ଦେଖାଇ କାରରେ ଉଠାଇ ନେଇ ଗଣବଳାତ୍କାର କରାଯାଇଛି। ସବୁଠୁ ବଡ଼ କଥା ବଳାତ୍କାରୀଙ୍କ ମଧ୍ୟରୁ ଜଣେ ପୋଲିସ କନେଷ୍ଟବଳ ଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।। ଯିଏ ସୁରକ୍ଷା ଦିଏ ସେ ନିଜେ ରକ୍ଷକ ହୋଇ ଭକ୍ଷକ ସାଜିଛି। ଏହି ଖବର ସାମ୍ନାକୁ ଆସିବା ମାତ୍ରେ ରାଜ୍ୟରେ ଚାଞ୍ଜଲ୍ୟ ଖେଳାଇ ଦେଇଛି।

ଏହି ଘଟଣା  ପୁରୀ ସହର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଛି। ପୀଡ଼ିତା କୁମ୍ଭାରପଡ଼ା ଥାନାରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁଯାୟୀ ପୀଡ଼ିତା ନିମାପଡ଼ା ବସ ଷ୍ଟାଣ୍ଡରେ କାକଟପୁର ନିଜ ଘରକୁ ଯିବାକୁ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ କାରରେ ଚାରି ଜଣ ଆସି କାକଟପୁର ଘରକୁ ଛାଡ଼ି ଦେବା କହି ଉଠାଇ ନେଇଥିଲେ। ଅଭିଯୁକ୍ତ ପୋଲିସର ପରିଚୟ ଦେଇଥିଲେ। ନିମାପଡ଼ାରୁ ଉଠାଇ ଅଭିଯୁକ୍ତମାନେ ପୁରୀ ନେଇ ଆସିଥିଲେ। ସେଠାରେ ଝାଡ଼େଶ୍ଵରୀ ମନ୍ଦିର ନିକଟସ୍ଥ ପୋଲିସ କ୍ଵାର୍ଟର୍ସରେ ଯୁବତୀଙ୍କୁ ଗଣ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।  ଘଟଣା ସମୟରେ ଜଣଙ୍କ ପର୍ସଙ୍କୁ ଅକ୍ତିକାର କରିଥିବା ପୀଡିତା କହିଛନ୍ତି।  ପର୍ସଟି ଜଣେ ପୋଲିସ କନଷ୍ଟେବଳଙ୍କ ହୋଇଥିବା ସୂଚନା ମିଳିଛି। କନଷ୍ଟେବଳଙ୍କ ନାଁ ଜିତେନ୍ଦ୍ର ସେଠୀ। ଅଭିଯୋଗ ମିଳିବା ପରେ ନିଜେ ଏସପି ପୀଡ଼ିତାଙ୍କଠୁ ପଚାରି ବୁଝୁଛନ୍ତି। କନଷ୍ଟେବଳଙ୍କୁ ପୋଲିସ ଜେରା କରୁଛି।

ପୀଡ଼ିତା କହିଛନ୍ତି ଯେ, ମୁଁ ଭୁବନେଶ୍ଵରରେ ରହେ। ମୁଁ ମୋ ଗାଁକୁ ବସରେ ଯାଉଥିଲି। ନିମାପଡ଼ାରେ ବସରୁ ଓହ୍ଲାଇ ହୋଟେଲକୁ ଖାଇବାକୁ ଯାଇଥିଲି। ଖାଇବା ସମୟରେ ବସ୍ ଛାଡ଼ି ଦେଇଥିଲା। ସେଠାରେ ମୁଁ ରୋଡ଼ରେ ଏକାକୀ ଛିଡ଼ା ହୋଇଥିଲି। ଏହି ସମୟରେ ଏକ କାର ମୋ ପାଖକୁ  ଆସିଥିଲା। ଜଣେ  ନିଜକୁ ପୋଲିସର ପରିଚୟ ଦେଇ କୁଆଡ଼େ ଯିବୁ ବୋଲି ପଚାରିଥିଲେ। ଆମେ କାକଟପୁର ଯାଉଥିବା କହି ମୋତେ ଗାଡ଼ିରେ ନେଇ ଘରେ ଛାଡ଼ି ଦେବୁ ବାେଲି କହିଥିଲେ। ମାତ୍ର ମୁଁ ଗାଡ଼ିରେ ଯିବାକୁ ମନା କରିବାରୁ ଚାରି ଜଣ ମୋତେ ବଳ ପୂର୍ବକ କାରରେ ବସାଇ ପୁରୀ ନେଇ ଆସିଥିଲେ। ସେଠାରେ ଏକ ପୋଲିସ କ୍ଵାର୍ଟର୍ସରେ ମୋର ବଳାତ୍କାର କରିଥିଲେ।  ସେମାନଙ୍କ ମଧ୍ୟରୁ ଦୁଇ ଜଣ ବଳାତ୍କାର କରିଥିବା ବେଲେ ବାକି ଦୁଇ ଜଣ ପଛ ପଟୁ କବାଟ ଦେଇ ପଳାଇଥିଲେ। 

ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ କନଷ୍ଟେବଳ ଜିତେନ୍ଦ୍ର ସେଠୀଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ବଳାତ୍କାର ସମୟରେ ଯୁବତୀ ଜଣଙ୍କର ପର୍ସ  ନେଇ ଯାଇଥିଲେ। ପର୍ସରୁ ଆରୋପି  ଜିତେନ୍ଦ୍ରର  ଭୋଟର ପରିଚୟ ପତ୍ର ଓ ଆଧାରକାର୍ଡ଼ ମିଳିଛି। ପୋଲିସ ମାମଲାର ତନାଘନା ଆରମ୍ଭ କରି ଦେଇଛି। ବିଡ଼ମ୍ବନାର କଥା ନିଜେ ପୋଲିସ ପୁଣି ସବୁଠୁ ସୁରକ୍ଷିତ ଅଞ୍ଚଳ ପୁରୀର ପୋଲିସ କ୍ଵାର୍ଟର୍ସରେ ଯୁବତୀଙ୍କ ବଳାତ୍କାର କରିବା ମାନବ ସମାଜକୁ ମର୍ମାହତ କରିଛି।

Subscribe

National International State Sports Entertainment