ଡେମୋ ଦେଖାଇଲା ଗୋପାଳ,ବଖାଣିଛି ହତ୍ୟାର କାହାଣୀ
Khabar Odisha:accused-Gopal-Das-shows-demo-as-part-of-crime-scene-recreation-in-presence-of-Crime-Branch
ଖବର ଓଡିଶା : 07/02/2023:

ଡେମୋ ଦେଖାଇଲା ଗୋପାଳ | ମନ୍ତ୍ରୀ ନବଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଆଜି ଘଟଣାସ୍ଥଳ କୁ ଯାଇ ସିନ ରିକ୍ରିଏସନ କରିଛି | ବଖାଣିଛି ହତ୍ୟାର କାହାଣୀ | କିପରି ଓ କିଭଳି ଭାବେ ସେ ପୂର୍ବ ଯୋଜନା ମୁତାବକ ମନ୍ତ୍ରୀଙ୍କୁ ହତ୍ୟା କରିଥିଲା ତାହାର ଡେମୋ ଦେଖାଇଛି | ଗତ ଗୋଟି କରି ସବୁ ଘଟଣା କୁ ପୁଣି କ୍ରାଇମବ୍ରାଞ୍ଚ ସମ୍ମୁଖରେ କହିଛି ଓ ଦେଖାଇଛି | ମନ୍ତ୍ରୀଙ୍କୁ ଗୁଳିମାଡ଼ ପରେ ଫାଙ୍କା ଗୁଳି ଚାଳନା କିପରି କରିଥିଲା ତାହା ବି ଦେଖାଇଛି |  ମିଳିଥିବା ସୂଚନା ମୁତାବକ ସିନ ରିକ୍ରିଏସନ ପାଇଁ ଘଟଣା ଦିନ ଯେଉଁ ଗାଡି ଯେଉଁ ସ୍ଥାନରେ ଥିଲା ସେନେଇ କ୍ରମରେ ରଖାଯାଇଥିଲା | ନବ ଦାସ ବସିଥିବା ଗାଡି ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗାଡିକୁ ମଧ୍ୟ ଅଣାଯାଇଥିଲା | ନବ ଦାସ ବସିଥିବା ସ୍ଥାନରେ ଜଣେ ବ୍ୟକ୍ତିଙ୍କୁ ବସାଯାଇଥିଲା | ଏହାପରେ ଗୋପାଳକୁ ଅଣାଯାଇଥିଲା | ଗୋପାଳ କିଭଳି ବନ୍ଧୁକ ଧରିଥିଲା ଓ ଗୁଳି ମାରିଥିଲା ତାହା ଖେଳନା ବନ୍ଧୁକ ମାଧ୍ୟମରେ ଦେଖାଇଛି |

Subscribe

National International State Sports Entertainment