ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ଜଣେ ଟ୍ରକ୍ ଚାଳକ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଚାଳକ ଜଣକ ହେଲେ ମନମୋହନ ବିଶ୍ୱାଳ ।
ପ୍ରାପ୍ତ ସୂଚନା ଅନୁଯାୟୀ, ମନମୋହନ ଟ୍ରକ ଡ୍ରାଇଭରଭାବେ କାମ କରନ୍ତି । ସେ ଭାରତ ଗ୍ୟାସ ଦେଇ ଆମ୍ବଦଳାରୁ ପାରଳାଖେମୁଣ୍ଡି ଫେରିବା ବାଟରେ ମୁନିଗୁଡ଼ା ନିକଟରେ ନିଜ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ । ଖବର ପାଇ ମୁନିଗୁଡ଼ା ଡ୍ରାଇଭର ସଂଘ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ମନମୋହନ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେ ନେଇ କିଛି ସ୍ପଷ୍ଟ ହୋଇ ପାରି ନାହିଁ ।