ଥମିବାର ନା ଧରୁନି ଧଳାଜହର କାରବାର, ରାଜଧାନୀରୁ ପୁଣି ଜବତ ହେଲା ୨୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଭୁୁବନେଶ୍ୱର, ଜୁନ ୨୮(ଖବର ଓଡିଶା): Share story: ଥମିବାର ନା ଧରୁନି ଧଳାଜହର କାରବାର । ରାଜଧାନୀ ଭୁବନେଶ୍ୱରରୁ ପୁଣି ଜବତ ହୋଇଛି ବ୍ରାଉନସୁଗାର । ଭୁବନେଶ୍ୱର ୟୁନିଟ ୮ ନାରାୟଣୀ ବସ୍ତିରୁ ୨୮୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହି ବ୍ରାଉନସୁଗାରକୁ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଜବତ କରିଥିବା ଜଣାପଡିଛି । ଏହାସହିତ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୨ ଜଣ ହେଲେ କାଳିଆ ମହାନ୍ତି ଓ ବାଲିଆ ମହାନ୍ତି । ଏମାନେ ୨ ଭାଇ ଅଟନ୍ତି । ଏମାନଙ୍କ ନିଟକରୁ ୧୫ ହଜାର ଟଙ୍କା ସହିତ ଏକ ନୂଆ ସ୍କୁଟି ମଧ୍ୟ ଜବତ କରାଯାଇଛି । ସୂଚନା ଅନୁସାରେ, ଏହି ଦୁଇ ଭାଇ ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ବିକ୍ରି କରୁଥିଲେ । ତେବେ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ । ଏନେଇ ଅବକାରୀ ଫାଇଙ୍ଗ ସ୍କ୍ୱାର୍ଡ ଡିଏସପି କହିଛନ୍ତି । ଖବର ଓଡ଼ିଶା, Reporter, 28/06/2022