ଭିଜିଲାନ୍ସ ହାତରେ ଧରା ପଡିଲେ ଆରଆଇ, ଏକ ଜବତ ବାଲି ଟ୍ରକ ଛାଡିବାକୁ ନେଉଥିଲେ ୫୫ ହଜାର ଟଙ୍କା ଲାଞ୍ଚ
Khabar Odisha:When-the-vigilance-caught-the-RI-he-was-taking-a-bribe-of-Rs-55000-to-release-a-seized-sand-truck
ଗଞ୍ଜାମ, ଅଗଷ୍ଟ ୧୦(ଖବର ଓଡିଶା):

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଆରଆଇ । କୋଦଳା ତହସିଲ ବରିଡା ଆରଆଇ ଦେବାଶିଷ ମାଝି ଧରା ପଡିଛନ୍ତି । ଏକ ଜବତ ବାଲି ଟ୍ରକ ଛାଡିବାକୁ ୫୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏନେଇ ନିଜ ଅଫିସ ଭିତରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । 

ସୂଚନା ଅନୁସାରେ, କୋଦଳା ତହସିଲ ବରିଡା ଆରଆଇ ଦେବାଶିଷ ମାଝି ଏକ ବାଲି ଟ୍ରକ ଧରିଥିଲେ । ପରେ ଏହି ବାଲି ଟ୍ରକୁ ଛାଡିବାକୁ ସେ ଟଙ୍କା ମାଗିଥିଲେ । ୫୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡିଛନ୍ତି । 

ତେବେ ଭିଜିଲାନ୍ସ ତାଙ୍କୁ ଆଜି ଧରିଛି । ଏହାସହିତ ତାଙ୍କୁ ଅଧିକ ପଚରାଉଚରା ମଧ୍ୟ କରାଯାଉଛି । ଏହି ଘଟଣାରେ ଭିଜିଲାନ୍ସ ଆହୁରୀ ଖୋଳତାଡ ମଧ୍ୟ ଆରମ୍ଭ କରିଦେଇଛି ।

  • Tags:

Subscribe

National International State Sports Entertainment