ଭୁବନେଶ୍ୱର: ଲାଞ୍ଚ ନେବା ମହଙ୍ଗା ପଡିଛି, ଲେଫ୍ରିପଡା ତହସିଲର କନିଷ୍ଠ ଯନ୍ତ୍ରୀ ଶ୍ରୀ ଗୋଲେଖ ନାୟକଙ୍କୁ । ଜମି ନିର୍ଦ୍ଧାରଣ ପାଇଁ କୋଡିଏ ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ ଜାଲରେ ପଡିଛନ୍ତି କନିଷ୍ଠ ଯନ୍ତ୍ରୀ ।
ସୂଚନାଯୋଗ୍ୟ କନିଷ୍ଠ ଯନ୍ତ୍ରୀ ଜଣକ ମଶାବିରାର ଶ୍ରୀ ଅନନ୍ତ ନାୟକଙ୍କ ଜମି ନିର୍ଦ୍ଧାରଣ କାମ ପାଇଁ ଫାଇଲ କାମ ଆଗକୁ ବଢାଇବା ପାଇଁ ୨୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଶେଷରେ ଅନନ୍ତ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ମୁତାବକ ଭିଜିଲାନ୍ସ କନିଷ୍ଠ ଯନ୍ତ୍ରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ଆଜି ନିଜ କାର୍ଯ୍ୟାଳୟରେ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ିବସିଥିଲା । ତେବେ ଏଥିରେ କନିଷ୍ଠ ଯନ୍ତ୍ରୀଙ୍କ ସହିତ ଅନ୍ୟ ଜଣେ କର୍ମଚାରୀ ଅରୁଣ ସେଠ ମଧ୍ୟ ଜଡିତ ଥିବା ଜଣାପଡ଼ିଛି । ରାଉରକେଲା ଭିଜିଲାନ୍ସ ବିଭାଗ ଏନେଇ ଏକ ମାମଲା ରୁଜୁ କରିଛି । ଏହା ପରେ ଭିଜିଲାନ୍ସ ଅଭିଯୋଗ ଆଧାରରେ ଦୁଇଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ।