ମହାରାଷ୍ଟ୍ରରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ଓଡ଼ିଶାର ଦୁଇ ବ୍ୟକ୍ତି । ସେମାନଙ୍କ ନିକଟରୁ ୩୭.୩୯ କିଲୋଗ୍ରାମ ଗଞ୍ଜେଇ ଜବତ କଲା ଥାନେ ପୋଲିସ ଯାହାର ମୂଲ୍ୟ ୧୬.୬୮ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ସୂଚନା ମୁତାବକ, ଭିୱଣ୍ଡି ଅଞ୍ଚଳର ଅଞ୍ଜୁରଫାଟ-ଭସାଇ ରାସ୍ତାରେ ଗଞ୍ଜେଇ ଚାଲାଣ ହେବା ନେଇ କ୍ରାଇମ ବ୍ରାଞ୍ଚ ଟିମ୍ ଖବର ପାଇଥିଲା । ଖବର ମୁତାବକ ମାର୍ଚ୍ଚ ୧ ତାରିଖ ସନ୍ଧ୍ୟାରେ କ୍ରାଇମ ବ୍ରାଞ୍ଚ୍ ଟିମର ସଦସ୍ୟ ଉକ୍ତ ଅଞ୍ଚଳର ଯାଞ୍ଚ କରିଥିଲେ । ସେଠାରେ ଯାଞ୍ଚ ବେଳେ ଓଡ଼ିଶାର ଦୁଇ ବ୍ୟକ୍ତିଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲା ଭୋଇଡା ପୋଲିସ । ଗିରିଫ ହୋଇଥିବା ଅଭିଯୁକ୍ତ ରାଜକିଶୋର ବେହେରା (୩୧) ଏବଂ ସାଗର ସୁରେନ୍ଦ୍ର ନାୟକ (୨୯) ବୋଲି ଜଣାପଡିଛି । ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ ଅଧିନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଅଧିକାରୀ କହିଛନ୍ତି ।
ଅଧିକ ପଢନ୍ତୁ : ମୃତ୍ୟୁ ପରେ ବି ଅମର ହେଲେ ଶୁଭୋଜିତ...