ଟ୍ରକ ଧକ୍କାରେ ଚାଲିଗଲା ଦୁଇ ବାଇକ ଆରୋହୀଙ୍କ ଜୀବନ । ସୂଚନା ମୁତାବକ ,ଯୋଡ଼ା ଥାନା ଭଦ୍ରାସାହି ନିକଟସ୍ଥ ୫୨୦ ନମ୍ବର ଜାତୀୟ ରାଜପଥ ଟଣ୍ଟ ଛକ ନିକଟରେ ଏକ ବାଇକକୁ ପଛ ପଟୁ ଗୋଟିଏ ଲୁହାପଥର ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ଏଯାବତ ମୃତକଙ୍କର ପରିଚୟ ମିଳିପାରିନାହିଁ । ଏବେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି ।
ଆଗକୁ ପଢନ୍ତୁ :- ଜଙ୍ଗଲ ଭିତରୁ ଜବତ ହେଲା ବିପୁଳ ପରିମାଣର କାଠଗଣ୍ଡି