ଭୁବନେଶ୍ୱର: ରବିବାର କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲ ପରିସରରେ ମୃତ୍ୟୁବରଣ କରିଥିବା ଛାତ୍ରୀଙ୍କ ଆଜି ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯିବ । ମୃତ ଛାତ୍ରୀଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ । ଭୁବନେଶ୍ୱର ଏମ୍ସରେ ଶବ ବ୍ୟବଚ୍ଛେଦ କରାଯିବ ।
ଏହି ଘଟଣାକୁ ନେଇ ଇନ୍ଫୋସିଟି ପୋଲିସ ତନାଘନା ଚଳାଇଥିବା ବେଳେ ଏଟି ମଧ୍ୟରେ ଅଭିଯୁକ୍ତକୁ ଅଟକ ରଖି ପଚାରାଉଚୁରା କରୁଛି । ଏହା ସହିତ ଛାତ୍ରମାନଙ୍କୁ ସିକ୍ୟୁରିଟି ଗାର୍ଡ ମାନେ ମାଡ଼ ମାରିବାର ଭିଡିଓ ଭାଇରଲ ହେବା ପରେ ଦୁଇ ସିକ୍ୟୁରିଟି ଗାର୍ଡଙ୍କୁ ଅଟକ ରଖିଛି ।
ରବିବାର ରାତ୍ରିରେ କିଟ୍ କ୍ୟାମ୍ପସ ପାରିସରରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଯାହାକୁ ନେଇ ରବିବାର ରାତି ଠାରୁ କ୍ୟାମ୍ପସରେ ବିଶୃଙ୍ଖଲା ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି ଉତ୍ୟକ୍ତ ଛାତ୍ର କ୍ୟାମ୍ପସ ମଧ୍ୟରେ ଭଙ୍ଗାରୁଜା କରିଥିବାର ମଧ୍ୟ ଅଭିଯୋଗ ହୋଇଥିଲା । କ୍ୟାମ୍ପସରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କର୍ତ୍ତୃପକ୍ଷ ସୋମବାର ସାଇନେ ଡାଏ ଘୋଷଣା କରିବା ସହିତ ସମସ୍ତ ଆନ୍ତର୍ଜାତିକ ନେପାଳୀ ଛାତ୍ର ମାନଙ୍କୁ କ୍ୟାମ୍ପସ ଛାଡିବାକୁ ନୋଟିସ ଜାରି କରିଥିଲେ । ସମସ୍ତ ଛାତ୍ରଛାତ୍ରୀଙ୍କୁ ଜବରଦସ୍ତି ଘରୋଇ ବସ୍ ମାଧ୍ୟମରେ କଟକ ଷ୍ଟେସନରେ ଛାଡିଦେଇଥିଲେ । ଏହାପରେ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେପି ଓଲିଙ୍କ ହସ୍ତକ୍ଷେପ ପରେ କିଟ୍ ଚାପରେ ଆସି ପୁନର୍ବାର କ୍ୟାମ୍ପସ ଫେରି ଆସିବାକୁ ଅନୁରୋଧ କରିଛନ୍ତି । ଏନେଇ ବୈଦେଶିକ ମନ୍ତ୍ରାଳୟ ଓ ରାଷ୍ଟ୍ରଦୂତ ଙ୍କ ମଧ୍ୟରେ ଆଲୋଚନା ଜାରିରହିଛି ।