ନିଶାରେ ବାପାକୁ ମାରିଦେଲା ପୁଅ । ପୁଅର କୁରାଢି ଚୋଟର ବାପାର ମୃତ୍ୟୁ । ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ସାନକଣ୍ଟି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହୃଷିକେଷ ପ୍ରଧାନ। ଅଭିଯୁକ୍ତ ପୁଅ ଜିତୁ ପ୍ରଧାନଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି l
ଖବର ଅନୁଯାୟୀ, ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ପୁଅ ଜିତୁ ଘରକୁ ଫେରିଥିଲା । ଏହି ସମୟରେ ବାପା ତାଙ୍କୁ ଗାଳିଗୁଲଜ କରିଥିଲେ । ପୁଅ ନିଶାସକ୍ତ ଅବସ୍ଥାରେ ପାଟି କରୁଥିବାରୁ ବାପା ମା’ ଘରୁ ବାହାରକୁ ପଳାଇ ଆସିଥିଲେ। କିନ୍ତୁ ନିଶାଶକ୍ତ ଅବସ୍ଥାରେ ପୁଅ ନିଜର ହିତାହିତ ଜ୍ଞାନ ଭୁଲିଯାଇ ବାହାରେ ଥିବା ବାପାମା’କୁ ଘରକୁ ଭିତରକୁ ଟାଣି ନେଇ କୁରାଢ଼ିରେ ବାପା ହୃଷିକେଷକୁ ହାଣି ଦେଇଥିଲା। ଘଟଣା ସ୍ଥଳରେ ହୃଷିକେଶଙ୍କ ମୃତ୍ୟୁ ହୋଇଥିଲା । ଗ୍ରାମବାସୀ ପାଟି ଶୁଣି ଦୌଡ଼ି ଆସିଥିଲେ। ହୃଷିକେସ ରକ୍ତାକ୍ତ ଅବସ୍ଥା ପଡ଼ିଥିବା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।