ଖୋର୍ଦ୍ଧା ବୋଲାଗଡ଼ ଅଂଚଳରରୁ ବାଘ ଛାଲ ଜବତ
Khabar Odisha:Tiger-skins-seized-from-Bolagarh
ଖୋର୍ଦ୍ଧା, ଏପ୍ରିଲ ୦୨ (ଖବର ଓଡ଼ିଶା):

ଖୋର୍ଦ୍ଧା ବୋଲଗଡ ଅଂଚଳରୁ ବାଘ ଛାଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଏସଟିଏଫ । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ନୟାଗଡର ସୁଧୀର ବେହେରା ଏବଂ ସୁବାସ ବେହେରା । ଏହା ସହ ବାଘ ଛାଲ ସମେତ ଶିକାରରେ ବ୍ୟବହୃତ ସମସ୍ତ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଜବତ ବାଘ ଛାଲର ଅଧିକ ତଦନ୍ତ ପାଇଁ ରାସାୟନିକ ପରୀକ୍ଷା ପାଇଁ ଡେରାଡୁନରେ ଥିବା ୱାଇଲଡ ଲାଇଫ ଇନସିଷ୍ଟିଟ୍ୟୁସନ ଅଫ ଇଣ୍ଡିଆ ଲ୍ୟାବକୁ ପଠାଯିବ । ଏହାରି ଭିତରେ ଏସ୍ଟିଏଫ ୧୨ ଟି ବାଘ ଛାଲ , ୬ ଟି ହାତୀ ଦାନ୍ତ, ୨ ଟି ହରିଣ ଛାଲ, ଓ ୨ ଟି ଜୀବନ୍ତ ବଜ୍ରକାପ୍ତା ପର୍ଦ୍ଦାଫାସ କରିଛି । ୧୩ ଟି ମମାଲ ରୁଜୁ କରିଛି, ୨୪ ଜଣଙ୍କୁ ଗିରଫ କରିଛି । ବନ୍ୟ ଜନ୍ତୁ ଶିକାର ରୋକିବାକୁ ହେଲ୍ପ ଲାଇନ ନମ୍ବର ଜାରି କରିଛି ଏସ୍ଟିଏଫ । ଏହି ନମ୍ବର ହେଲା ୯୪୩୯୨୬୩୬୪୬ । ଏହି ନମ୍ବରରେ ଫୋନ କରି ତଥ୍ୟ ଦେଲେ ନାମ ଗୋପନ ରଖିବା ସହ ପୁରସ୍କାର କରାଯିବ ।

  • Tags:

Subscribe

National International State Sports Entertainment