ଭିଜିଲାନ୍ସ ଜାଲରେ ବିଡ଼ିଓ, ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ବଲାଙ୍ଗୀର, ସେପ୍ଟେମ୍ବର ୨୬(ଖବର ଓଡିଶା): Share story: ଭିଜିଲାନ୍ସ ଜାଲରେ ବିଡ଼ିଓ । ଭିଜିଲାନ୍ସ ଜାଲରେ ପଡିଛନ୍ତି ବଲାଙ୍ଗୀର ଗୁଡଭେଲା ବ୍ଲକ ବିଡ଼ିଓ। ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ ଧରିଛି । ତେବେ ୧ ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ବିଭାଗ ଧରିଥିବା ଜଣାପଡ଼ିଛି l ଗୁଡଭେଲା ବ୍ଲକ କାର୍ଯ୍ୟଳୟ ସହ ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଚଢ଼ାଉ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଖବର ଓଡ଼ିଶା, Reporter, 26/09/2022