ସାନଭାଇକୁ ଅତି ନୃଶଂସ ଭାବେ ହତ୍ୟା କଲା ବଡ଼ଭାଇ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ ବାହାଦୂରବଗିଚା ପଡ଼ା ୱ।ର୍ଡ ନମ୍ବର ୬ ଠାରେ। ତେବେ ମୃତ ବ୍ୟକ୍ତିଙ୍କ ନାମ ଗଣେଶ ବାଗ ବୋଲି ଜଣାପଡିଛି। ଦୁଇ ଭାଇଙ୍କ ଭିତରେ ସାମାନ୍ୟ ବଚସା ହେବାରୁ ମହେନ୍ଦ୍ର ବାଗ ନିଜ ସାନ ଭାଇ ଗଣେଶ ବାଗଙ୍କୁ ହତ୍ୟା କରିଥିଲା। ପରିବାର ଲୋକ ଗଣେଶଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହାପରେ ମହେନ୍ଦ୍ର ସକାଳୁ ନିଜେ ଟାଉନ ଥାନାକୁ ଯାଇ ନିଜ ଦୋଷକୁ ସ୍ୱୀକାର କରି ଆତ୍ମସମର୍ପଣ କରିଛନ୍ତି।
ସୂଚନା ଅନୁସାରେ , ଗତକାଲି ସାମାନ୍ୟ କଳହରୁ ଭାଇକୁ ମାରିଲା ଭାଇ। ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ ବିବିସିପଡ଼ାର ମହେନ୍ଦ୍ର ବାଗ ନିଜ ସାନ ଭାଇ ଗଣେଶ ବାଗଙ୍କୁ ହତ୍ୟା କରିଛି। ଗତକାଲି ବିଳମ୍ବିତ ରାତିରେ ଦୁଇ ଭାଇଙ୍କ ଭିତରେ ସାମାନ୍ୟ ବଚସା ହେବାରୁ ଏକ ପେଚକସରେ ଆକ୍ରମଣ କରିଥିଲେ ମହେନ୍ଦ୍ର। ପରିବାର ଲୋକ ଗଣେଶଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ମହେନ୍ଦ୍ର ଟାଉନ ଥାନାରେ ଆତ୍ମସମର୍ପଣ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଁଚି ଘଟଣାର ଅଧିକ ତଦନ୍ତ କରୁଛି।