ନଦୀ କୂଳରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ । ଗୋଟିଏ ଅଖା ଭିତରେ ଏକ ଯୁବତୀଙ୍କ ହାତଗୋଡ଼ ବନ୍ଧା ହୋଇ ମୃତ ଦେହକୁ ଜବତ କରାଯାଇଥିଲା । ଏମିତି ଏକ ଅଭାବନୀୟ ଘଟଣା ପୁରୀ ଜିଲ୍ଲା କଣାସ ବ୍ଲକରେ ଘଟିଛି ।
ସୂଚନା ଅନୁସାରେ , କଣାସ ଗଡ଼ିଶାଗଦା ଥାନା ନୂଆଗାଁ ନିକଟ ଦୟାନଦୀ କୂଳରେ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା । ଗତକାଲି ସ୍ଥାନୀୟ ଲୋକେ ଏକ ଅଖା ପଡିଥିବାର ଦେଖିବାକୁ ପାଇଥିଲେ । ଅଖାଟିକୁ ଖୋଲିବା ପରେ ସେମାନେ ଦେଖିଥିଲେ ଯେ , ତା ଭିତରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଛି । ପରେ ସ୍ଥାନୀୟ ଲୋକେ ପୋଲିସକୁ ଫୋନ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ କରିବା ପାଇଁ ବ୍ୟବଚ୍ଛେଦଗୃହକୁ ପଠାଇଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । କିନ୍ତୁ ଏପର୍ଯ୍ୟନ୍ତ ଯୁବତୀଙ୍କ ପରିଚୟ ମିଳିପାରିନାହିଁ ।
ଆଗକୁ ପଢନ୍ତୁ :- ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି