ଦେଶରେ ଦିନକୁ ଦିନ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗ ବଢ଼ିବାରେ ଲାଗିଛି। NCRB ରିପୋର୍ଟରେ ଆସିଛି ସାଂଘାତିକ ତଥ୍ୟା ବର୍ତ୍ତମାନ ମହିଳା ଅସଦାଚରଣରେ ଦେଶରେ ୪ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ୨୦୨୨ରେ ୭ ହଜାର ୩୨୭ ଅସଦାଚରଣ ଏବଂ ୧୪ଟି ଦୁଷ୍କର୍ମ ସହ ହତ୍ୟା ମାମଲା ରହିଛି।କେବଳ ମହିଳା ଅସଦାଚରଣ ନୁହେଁ, ରାଜ୍ୟରେ ୨୦୨୧ ତୁଳନାରେ ୨୦୨୨ରେ ବଢ଼ିବାରେ ଲାଗିଛି ସବୁ ପ୍ରକାର ଅପରାଧ। ପ୍ରତିବର୍ଷ ଓଡ଼ିଶାରେ ୧ଲକ୍ଷ ଲୋକଙ୍କ ମଧ୍ୟରେ ୩ ଜଣ ହତ୍ୟାର ଶିକାର ହେଉଥିବା NCRB ରିପୋର୍ଟ ପ୍ରକାଶ ପାଇଛି।
ସୂଚନା ଅନୁସାରେ , ସେହିଭଳି NCRB ରିପୋର୍ଟ ଅନୁସାରେ ମହିଳା ବିରୋଧୀ ଅପରାଧରେ ଦେଶରେ ସପ୍ତମ ସ୍ଥାନରେ ରହିଛି ଓଡ଼ିଶା ଏବଂ ପୂର୍ବ ବର୍ଷ ତୁଳନାରେ ରାଜ୍ୟରେ ଶିଶୁ ବିରୋଧୀ ଅପରାଧ ବଢ଼ିବାରେ ମଧ୍ୟ ଲାଗିଛି। ବର୍ତ୍ତମାନ ଦେଶରେ ମହିଳା ବିରୋଧୀ ୪% ଏବଂ ଶିଶୁ ବିରୋଧୀ ଅପରାଧ ୮.୭% ବଢ଼ିଛି।୨୦୨୧ରେ ୭ ହଜାର ୮୯୯ ଶିଶୁ ବିରୋଧି ଅପରାଧ ଥିବା ବେଳେ ୨୦୨୨ରେ ତାହା ୮ ହଜାର ୨୪୦କୁ ବୃଦ୍ଧି ପାଇଛି। ଦେଶରେ ମଧ୍ୟ ୨୦୨୧ ତୁଳନାରେ ୨୦୨୨ରେ ବଢ଼ିଛି ମହିଳା ଓ ଶିଶୁ ବିରୋଧୀ ଅପରାଧ।
ସେହିପରି ସାଇବର ଅପରାଧ ମଧ୍ୟ ଦିନକୁ ଦିନ ବଡିବାରେ ଲାଗିଛି ଏବଂ ଅଧିକାଂଶ ଲୋକମାନେ ମଧ୍ୟ ସାଇବର ଠକାମିର ଶିକାର ହେଉଛନ୍ତି। ୨୦୨୨ NCRB ରିପୋର୍ଟ ଅନୁସାରେ ଦେଶ ସହ ରାଜ୍ୟରେ ବି ଅର୍ଥନୈତିକ ଅପରାଧ ଓ ସାଇବର ଅପରାଧ ବଢ଼ିବାରେ ଲାଗିଛି । ଓଡିଶାରେ ୨୦୨୦ରେ ୧୯୩୧ଟି ସାଇବର ଅପରାଧ ଘଟିଥିବା ବେଳେ ୨୦୨୧ରେ ୨୦୩୭ ଏବଂ ୨୦୨୨ରେ ୧୯୮୩ଟି ସାଇବର ଅପରାଧ ଘଟିଛି। ୨୦୨୨ରେ କେବଳ ସାଇବର ଅପରାଧ ହାର ୪.୩ ପ୍ରତିଶତ ରହିଛି। ଯେଉଁଥିରେ କମ୍ପ୍ୟୁଟର ସମ୍ପର୍କିତ ଅପରାଧ ୧୫୨ଟି ହୋଇଛି। ପୋଲିସ ପାଖରେ ଅଭିଯୋଗ କଲେ ମଧ୍ୟ ସେହି ଅପରାଧ ବଢ଼ିବାରେ ଲାଗିଛି।
ଅଧିକ ପଢନ୍ତୁ ; ଗ୍ରାମାଞ୍ଚଳରେ ଖେଳର ପରମ୍ପରା ଆଗକୁ ନେବା ଆମର ଦାୟିତ୍ବ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ