କଲେଜ ଯାଉଥିବା ବେଳେ ଅଜଣା କାରରେ ଛାତ୍ରୀଙ୍କୁ ଉଠାଇନେଲେ ଦୁବୁର୍ତ୍ତ
Khabar Odisha:Student-Kidnapped-from-Gania-College

ନୟାଗଡ଼, ଡିସେମ୍ବର ୧ (ଖବର ଓଡ଼ିଶା): କଲେଜ ସମ୍ମୁଖରୁ ଛାତ୍ରୀ ଅପହୃତ । କଲେଜ ଯାଉଥିବା ସମୟରେ ଅଜଣା କାରରେ କିଛି ଦୁବୁର୍ତ୍ତ ଛାତ୍ରୀଙ୍କୁ ଅପହରଣ କରିନେଇଛନ୍ତି ।

ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଗଣତଆ ଥାନା ଅନ୍ତର୍ଗତ ଗଣିଆ ମହାବିଦ୍ୟାଳୟ ସମ୍ମୁଖରୁ । ସୂଚନା ଅନୂସାରେ ଆଜି ଜଣେ ଛାତ୍ରୀ କଲେଜ ଆସୁଥିବା ସମୟରେ ହଠାତ୍ ମୁଖ୍ୟଫାଟକ ନିକଟରେ କିଛି ଯୁବକ ଏକ ନମ୍ବର ନଥିବା କାରରେ ଆସି ଛାତ୍ରୀ ଜଣଙ୍କୁ ଯୋରଜବରଦସ୍ତ ଅପହରଣ କରି ନେଇଛନ୍ତି ।

ଏହାକୁ ନେଇ ଛାତ୍ରୀଙ୍କ ପରିବାର ଲୋକ ସଙ୍ଗେସଙ୍ଗେ ପୋଲିସକୁ ଜଣାଇଥିବା ସତ୍ୱେ ଏପର୍ଯ୍ୟନ୍ତ ଛାତ୍ରୀଙ୍କ ପତ୍ତା ମିଳିପାରିନି । ତେବେ ଏହି ମାମଲାକୁ ନେଇ ଗଣିଆ କଲେଜ ଆଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଦେଖିବାକୁ ମିଳିଛି ।

ଏଭଳି ଏକ ଘଟଣା ଘଟିବା ପରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଯଥାଶୀଘ୍ର ଛାତ୍ରୀଙ୍କୁ ଖୋଜିବା ପାଇଁ ଦାବି କରି ଧାରଣା ଦେଇଛନ୍ତି ଗଣିଆ ଗଲେଜ ଛାତ୍ରଛାତ୍ରୀ ।

  • Tags:

Subscribe

National International State Sports Entertainment