ଚ୍ୟାଲେଞ୍ଜ କରୁଛି ଲୁଟେରା: ବାଲେଶ୍ୱରରେ ବୋମା ଫିଙ୍ଗିଲା, ଘେରିଲେ ପୋଲିସ
Khabar Odisha:State-crime-Police-personnel-attacked-by-thief-in-Remuna-of-Balasore-district

ଭୁବନେଶ୍ୱର, ଜୁନ ୧୪ (ଖବର ଓଡ଼ିଶା): ପୋଲିସକୁ ଚ୍ୟାଲେଞ୍ଜ କରୁଛି ଲୁଟେରା । ପୋଲିସ ଉପରକୁ ଜଣେ କୁଖ୍ୟାତ ଲୁଟେରା ମଦ ବୋତଲ, ଇଟା ଓ ୩ଟି ବୋମା ଫିଙ୍ଗିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ବାଲେଶ୍ୱର ଜିଲ୍ଲାର ରେମୁଣା ଥାନା ଅନ୍ତର୍ଗତ ଶ୍ୟାମରାଇପରୁ ଗାଁରେ ଏହି ଘଟଣା ଘଟିଛି । 

ସୂଚନା ଅନୁସାରେ ୨ ଦିନ ପୂର୍ବରୁ ରେମୁଣା ଅଂଚଳରେ ଏକ ଲୁଟ ହୋଇଥିଲା । ଏହି ଲୁଟରେ ଶ୍ୟାମରାଇପୁର ଗାଁର ଜଣେ କୁଖ୍ୟାତ ଲୁଟେରା ସଂପୃକ୍ତ ଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ତେବେ ରେମୁଣା ଓ ସହଦେବଖୁଣ୍ଟା  ପୋଲିସ ଆଜି ଲୁଟେରାକୁ ଧରିବା ପାଇଁ ଭୋରରୁ ଅତର୍କିତ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ଲୁଟେରା ଜଣକ ଘର ଭିତରେ ଥାଇ ମଦ ବୋତଲ, ଇଟା ଓ ବୋମା ଫିଙ୍ଗିଥିବା ଜଣାପଡ଼ିଛି । କିନ୍ତୁ ଲୁଟେରାର ବୋମାମାଡ଼ରେ କୌଣସି ପୋଲିସ କର୍ମୀ ଆହତ ହୋଇନାହାନ୍ତି । ରିପୋର୍ଟ ଲେଖାଯିବା ବେଳକୁ ପୋଲିସ ସଂପୃକ୍ତ ଘରକୁ ଘେରାବନ୍ଦୀ କରି ରଖିଛି । 

 

  • Tags:

Subscribe

National International State Sports Entertainment