STF କବ୍ଜାରେ ବାଘଛାଲ ବେପାରୀ : ଶିରିଗୁଡ଼ା ସ୍ୱର୍ଗଧାମ ଛକରୁ ୩ କଲରାପତରିଆ ଛାଲ ଜବତ
Khabar Odisha:STF-seizes-three-leopard-skins-from-Swargadham-Chhak-in-Rayagada
ଖବର ଓଡିଶା : 25/05/2023

ବନ୍ୟଜନ୍ତୁ ଅପରାଧୀଙ୍କ ବିରୋଧରେ ଜିରୋ ଟଲେରାନ୍ସ l ଏସଟିଏଫ କବ୍ଜାରେ ବାଘଛାଲ ବେପାରୀ l ରାୟଗଡା ଶିରିଗୁଡା ସ୍ୱର୍ଗାଧାମ ଛକରୁ ବାଘଛାଲ ଜବତ କରିଛି ଏସଟିଏଫ l ୩ଟି କଲରାପତରିଆ ବାଘଛାଲ ଜବତ ସହ ଜଣଙ୍କୁ ଗିରଫ କରିଛି ଏସଟିଏଫ l 

ସୂଚନା ଅନୁସାରେ, କୌଣସି ସୁତ୍ରରୁ ଖବର ପାଇ ୩୨୬ନଂ ଜାତୀୟ ରାଜପଥ ରାୟଗଡା ଶିରିଗୁଡା ସ୍ୱର୍ଗାଧାମ ଛକ ନିକଟରୁ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ଏସଟିଏଫ ଚଢ଼ାଉ କରି ୩ଟି କଲରାପତରିଆ ବାଘ ଛାଲ ଜବତ କରିଛି l ଏହା ସହ ଟିକିରି ଥାନା ନାକଟିଗୁଡ଼ା ହୁଣ୍ଡିବାରର ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ଜବତ ହୋଇଥିବା ବାଘ ଛାଲ ପରୀକ୍ଷଣ ପାଇଁ ଡେରାଡୁନ୍ ପଠାଯାଇଛି । ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ ଜାରି ରହିଛି ।

Subscribe

National International State Sports Entertainment