ଖବର ଓଡିଶା : 04/02/2023
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ରାଜନୀତି ଜୋର ଧରିଥିବା ବେଳେ ଆଜି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର | ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଘଟଣାରେ ଓଡ଼ିଶା ପୁଲିସ ଆଈମା’ କାହାଣୀ କହୁଛି। ପ୍ରତ୍ୟେକ ଦିନ ନୂଆ ନୂଆ କାହାଣୀ ପ୍ଲଟ କରୁଛି। ଫେଡେରାଲ ଷ୍ଟ୍ରକଚରରେ ଅଛି ଯଦି ରାଜ୍ୟ ସରକାରଙ୍କ ତଦନ୍ତ ଉପରେ ପ୍ରଶ୍ନ ଉଠିବ। ସେଠି କେନ୍ଦ୍ରୀୟ ସଂସ୍ଥା ଯାଞ୍ଚ କରିବ। ରାଜ୍ୟ ସରକାର ଓ ପୁଲିସ ଆଈମା କାହାଣୀ ଛାଡି ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ | ସେହିପରି ପୁଲିସ ସଙ୍ଘର ସାମ୍ବାଦିକ ସମ୍ମିଳନୀକୁ ନେଇ ମଧ୍ୟ ବର୍ଷିଛନ୍ତି ବିରୋଧୀଦଳ ନେତା। ସେ କହିଛନ୍ତି ଯେ, ଗତକାଲି ଏକ ପୁଲିସ ସଙ୍ଘ ସାମ୍ବିଧାନିକ ପଦବିରେ ଥିବା ରାଜ୍ୟର ବିରୋଧୀ ଦଳ ନେତାଙ୍କ ଉପରେ ପ୍ରଶ୍ନ କରୁଛି ଏବଂ ମନ୍ତବ୍ୟ ପ୍ରତ୍ୟାହାର କରିବା ପାଇଁ କହୁଛି। ଓଡ଼ିଶା ପୁଲିସ କିପରି କେତେ ବିଶୃଙ୍ଖଳା ଆଚରଣ କରିପାରେ ତାହା ଦର୍ଶାଉଛି। ଏମାନେ କେଉଁ ସତ ସାହସରେ ଆଉ କାହା ସାହସରେ ଏମିତି କରି ପାରୁଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା |