କଳାହାଣ୍ଡି ପୋଲିସକୁ ବଡ ସଫଳତା, କମ୍ବିଂ ଅପରେସନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ କଳାହାଣ୍ଡି, ଜୁନ ୨୬(ଖବର ଓଡିଶା): Share story: କଳାହାଣ୍ଡି ପୋଲିସକୁ ମିଳିଛି ବଡ ସଫଳତା । କମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ପୋଲିସ । ମଦନପୁର ରାମପୁର ଥାନା ଅନ୍ତର୍ଗତ ନାପାଡାଲୁ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ୪ଟି ଆଇଡି, ୪ଟି ଅଫୁଟା ଗୁଳି, ମାଓପୁସ୍ତିକା, ମାଓପୋଷ୍ଟର, କିଟ ବ୍ୟାଗ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ଏସଓଜି, ଡିଭିଏଫ ଓ ସିଆରପିଏଫ ଯବାନଙ୍କ ମିଳିତ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି । ତେବେ ସେଠାରେ ୩୦ରୁ ଅଧିକ ମାଓବାଦୀ ଲୁଟି ରହିଥିବା ଖବର ମିଳିଥିଲା । ଏହି ଖବର ମିଳିବା ପରେ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ । ହେଲେ ଘଟଣାସ୍ଥଳରୁ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ଏବେ ବି କମ୍ବିଂ ଅପରେସନ ଜାରି ରହିଥିବା କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି । ଖବର ଓଡ଼ିଶା, Reporter, 26/06/2022