କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ୪୯ ନମ୍ବର ମୁମ୍ବାଇ-କୋଲକାତା ଜାତୀୟ ରାଜପଥ ଖିରେଇଟାଙ୍ଗିରି ଟୋଲ ଗେଟ ନିକଟରେ ରବିବାର ଏକ ଚଳନ୍ତା କାର ଉପରକୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଟଙ୍କା ଲୁଟିନେଇଥିଲେ । ଏହି ଘଟଣାରେ ତୁରୁମଙ୍ଗା ପୋଲିସ ମଙ୍ଗଳବାର ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ବ୍ୟକ୍ତି ହେଉଛନ୍ତି ବାଦାମ ପାହାଡ ଥାନାଟେପଶି ଗ୍ରାମର ସେକ୍ ସନୱାଲା, ଟାଉନ ଥାନା ବାଇଗଣପଶିି ଗ୍ରାମର ରାୟ ମୁଣ୍ଡା, କରଞ୍ଜିଆ ଥାନା ଚଢ଼େଇଭୋଳ ଗ୍ରାମର ଗୁଲାପ ଅଲ୍ଲିି, ଟାଉନ ଥାନା ଟାଙ୍ଗରପଳଶ ଗ୍ରାମର ଦୀପକ କୁମାର ନାଏକ, ସଦର ଥାନା କେନ୍ଦୁଆ ଗ୍ରାମର ସମୀର ମହାରଣା,ଏବଂ ପବିତ୍ର ମୁଣ୍ଡା । ସେମାନଙ୍କ ଠାରୁ ୨ପିସ୍ତଲ, ଏକ କାର, ୮ ଜୀବନ୍ତ ଗୁଳି, ୫ ମୋବାଇଲ, ୧ ବୁଲେଟ, ୨ ବାଇକ୍ ସହ ନଗଦ ୯ଶହ ଟଙ୍କା ପୋଲିସ ଜବତ କରିଛି ।
ସୂଚନା ଯୋଗ୍ୟ ଯେ, ଗତ ରବିବାର ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ସାତପୌଟିଆ ଗ୍ରାମର ଏସ୍ କେ ଆହାମ୍ମଦ ହୁସେନ ତାଙ୍କ ଡ୍ରାଇଭରଙ୍କ ସହ କାର ଯୋଗେ ଅନୁଗୁଳରୁ ଫେରୁଥିବା ସମୟରେ ୪୯ ନମ୍ବର ଜାତୀୟରାଜପଥ ଖିରେଇଟାଙ୍ଗିରୀ ଟୋଲ ଗେଟ ନିକଟରେ ତାଙ୍କ କାର ଉପରକୁ ଗୁଳି ମାଡ଼ କରି ଡ଼କାୟତମାନେ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ । ଏ ନେଇ ତୁରୁମୁଙ୍ଗା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିବାବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପ୍ରକାଶ କରିଛି ।
ଅଧିକ ପଢନ୍ତୁ : ଚଳନ୍ତା କାର ଉପରକୁ ଗୁଳିମାଡ କରି ଟଙ୍କା ଲୁଟିନେଲେ ଦୁର୍ବୁତ୍ତ