କଳାହାଣ୍ଡିରେ ଲଜ୍ଜ୍ୟା, ଦୁଷ୍କର୍ମ ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରଫ
Khabar Odisha:Panchayat-executive-officer-arrested-in-Kalahandi-on-a-rape-allegation

କଳାହାଣ୍ଡି, ମେ ୯ (ଖବର ଓଡ଼ିଶା): ରାଜ୍ୟରେ ଥମୁନି ଲଜ୍ଜ୍ୟା । ପୁଣି କଳାହାଣ୍ଡିରେ ଦୁଷ୍କର୍ମ ଅଭିଯୋଗ । ଜଣେ ବିବାହିତା ମହିଳା ଘରେ ଏକା ଥିବା ସମୟରେ ସୁଯୋଗର ଫାଇଦା ଉଠାଇ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।

ଏଭଳି ଏକ ଲଜ୍ଜ୍ୟାକର ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମରେ । ସୂଚନା ଅନୁସାରେ ସ୍ଥାନୀୟ ଇରିଗେସନ୍ କଲୋନୀରେ ବଡ଼କର୍ଲାକୋଟ ଗ୍ରାମ ର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରାକାର ନାଏକ ତାଙ୍କ ଘର ପାଖରେ ରହୁôତବା ଏକ ବିବାହିତ ମହିଳାଙ୍କ ସହିତ ଏଭଳି ଅମାନବୀୟ କାଣ୍ଡ କରିଛନ୍ତି ।

ଏହାକୁ ନେଇ ପୀଡିତାଙ୍କ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ଆଜି  ଜୟପାଟଣା ପୋଲିସ୍ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରାକାର ନାଏକଙ୍କୁ ଗିରଫ କରିଛି ।

ଅନ୍ୟପଟେ ଦର୍ମଗଡ଼ ଡ଼ିଏସପି ଧୀରଜ କୁମାର ଚୋପଦାରଙ୍କ ଅନୁଯାଇ ଅଭିଯୁକ୍ତ ନିରାକାର ନାଏକକୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ।

  • Tags:

Subscribe

National International State Sports Entertainment