ମାଓଦମନ ନୀତିରେ ଆଉ ପାଦେ ଆଗେଇଲା ଓଡିଶା ପୋଲିସ, ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସୀ ଶଙ୍କର ଗିରଫ
Khabar Odisha:Odisha-police-have-taken-another-step-forward-in-the-Maoist-policy-arresting-the-notorious-Maoist-leader-Dubasi-Shankar
କୋରାପୁଟ, ସେପ୍ଟେମ୍ବର ୧୪(ଖବର ଓଡିଶା):

ମାଓଦମନ ନୀତିରେ ଆଧ ପାଦେ ଆଗେଇଲା ଓଡିଶା ପୋଲିସ । ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସୀ ଶଙ୍କରଙ୍କୁ ଗିରଫ କରିଛି ପୋଲିସ । ଏନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ତେବେ କୋରାପୁଟ ବୈପାରୀଗୁଡା ଥାନା ଅଞ୍ଚଳର ଶଙ୍କରକୁ ଗିରଫ କରାଯାଇଛି । 

ତେବେ ଶଙ୍କରକୁ ଗିରଫ କରିବା ପାଇଁ କୋରାପୁଟ ଡିଭିଏଫ, ଏସ୍‌ଓଜି, ବିଏସ୍‌ଏଫ୍ ଅପରେସନ ଜୋରଦାର କରିଥିଲେ । ଫଳରେ ତାଙ୍କୁ ଆଜି ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ ମିଲିଟାରୀ କମିଶନ ସଦସ୍ୟ ଥିଲେ ଶଙ୍କର । ତେବେ ଶଙ୍କର ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ଥିଲା । 

ସେହିପରି ଗତ ୨୦ ବର୍ଷ ଭିତରେ ଧରାପଡିଥିବା ସବୁଠୁ ବଡ ମାଓ ନେତା ଶଙ୍କର ବୋଲି ଡିଜି କହିଛନ୍ତି । ୨୦୦୯ ନାଲକୋ ହମଲା, ୨୦୧୦ ଗୋବିନ୍ଦପାଲି ବ୍ଲାଷ୍ଟରେ ସଂପୃକ୍ତ ଥିଲା ଶଙ୍କର । ସେପଟେ ଶଙ୍କରକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ଏହାସହିତ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ ଡିଜି ଅଭୟ କହିଛନ୍ତି ।

  • Tags:

Subscribe

National International State Sports Entertainment