କଡ଼ା ସୁରକ୍ଷା ମଧ୍ୟରେ ଜେଲ ଗଲା ମୁଖତାର ଅଂସାରୀ, ପିନ୍ଧିଲା ବୁଲେଟ୍‌ପ୍ରୁଫ୍ ଜ୍ୟାକେଟ୍
Khabar Odisha:Nation-UP-police-arrived-at-banda-jail-with-gangster-turned-politician-Mukhtar-Ansari-barrack-number-15-will-be-his-new-place

ବାନ୍ଦା, ଏପ୍ରିଲ ୦୭ (ଖବର ଓଡ଼ିଶା): ପଂଜାବର ପୋଡ ଜେଲରେ ବନ୍ଦ ମୁଖତାର ଅଂସାରୀକୁ ନେଇ ଉତ୍ତର ପ୍ରଦେଶ ପୋଲିସ ଆଜି ସକାଳ ୪ଟା ୩୪ ମିନିଟରେ ବାନ୍ଦା ଜେଲ ପହଂଚିଛି । ବାନ୍ଦା ଜେଲ ପହଂଚିବା ପରେ ମୁଖତାର ଅଂସାରୀର ସମସ୍ତ କାଗଜପତ୍ର ପୂରା କରାଯାଇଛି । ଏହା ପରେ ୪ ଜଣିଆ ଡାକ୍ତରୀ ଟିମ ମୁଖତାରର ସ୍ୱାସ୍ଥ୍ୟ ଯାଂଚ କରିଛନ୍ତି । ଏବେ ମୁଖତାରକୁ ସାମାନ୍ୟ ବ୍ୟାରାକରେ ରଖାଯାଇଛି । ପରେ ତାକୁ ଜେଲ ପରିସରରେ ଥିବା ୧୫ ନମ୍ବର ବାରାକକୁ ସ୍ଥାନାନ୍ତରିତ କରାଯିବ । 

ମୁଖତାର ଅଂସାରୀକୁ ନେଇ ଉତ୍ତରପ୍ରଦେଶ ପୋଲିସର ଟିମ ମଙ୍ଗଳବାର ଅପରାହ୍ନ ୨ଟା ୭ରେ ରୋପଡରୁ ବାହାରିଥିଲା । ପଂଚାବ ଦେଇ ଏହି ଗାଡ଼ି ଅପରାହ୍ନ ୪ଟ ପର୍ଯ୍ୟନ୍ତ ହରିୟାଣାର କରନାଲ ପହଂଚିଥିଲା । ଏହା ପରେ ନୋଏଡା, ମଥୁରା, ଆଗ୍ରା ଓ କାନପୁର ଦେଇ ପୋଲିସ ଗାଡ଼ି ଆଜି ସକାଳ ୪ଟା ୩୪ରେ ବାନ୍ଦା ଜେଲ ପହଂଚିଥିଲା । ମୁଖତାରକୁ ଆଣିବା ସମୟରେ ଗାଡ଼ିର ବେଗ ପ୍ରାୟ ଘଣ୍ଟା ପିଛା ୮୦କିଲୋମିଟର ଥିଲା । 

ମୁଖତାରକୁ ଯେତେବେଳେ ପୋଲିସ ପଂଜାବରୁ ଉତ୍ତର ପ୍ରଦେଶ ଆଣୁଥିଲା, ତାଉପରେ ଆକ୍ରମଣ ଆଶଙ୍କା ଥିଲା, ତେଣୁ ବୁଲେଟପ୍ରୁଫ ଜ୍ୟାକେଟ ପିନ୍ଧାଇଥିଲା । ଏଥି ପାଇଁ ରାସ୍ତାରେ ଥିବା ସମସ୍ତ ଜିଲ୍ଲାକୁ ଆଲର୍ଟ କରାଯାଇଥିଲା । ଜଣେ ପୋଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ସମସ୍ତ ପୋଲିସ କର୍ମୀ ଓ ମୁଖତାର ଅଂସାରୀ ବୁଲେଟପ୍ରୁଫ ଜ୍ୟାକେଟ ପିନ୍ଧିଥିଲେ । କାରର ଆକ୍ରମଣର ଆଶଙ୍କା ଥିଲା । 

ଉପରିସ୍ଥ ପୋଲିସ ମହାନିର୍ଦ୍ଦେଶକ (ପ୍ରୟାଗରାଜ ଜୋନ) ପ୍ରେମ ପ୍ରକାଶଙ୍କୁ ମୁଖତାର ଅଂସାରୀକୁ ପଂଜାବରୁ ଉତ୍ତର ପ୍ରଦେଶ ଆଣିବାକୁ ଦାୟିତ୍ୱ ଦିଆଯାଇଥିଲା । ପୋଲିସ ଟିମ ମଙ୍ଗଳବାର ସକାଳ ୪ଟାରେ ପଂଜାବର ରୋପଡ ପୋଲିସ ଲାଇନ ପହଂଚିଥିଲା । ଟିମର ୨୦ରୁ ଅଧିକ ବାହନରେ ବ୍ରଜ ଓ ଆମ୍ବୁଲାନ୍ସ ମଧ୍ୟ ଥିଲା । ଏଡିଜିଙ୍କ ସହିତ ଜଣେ କାର୍ଯ୍ୟନିର୍ବାହୀ, ୨ ଜଣ ଇନସପେକ୍ଟର, ୨୦ ଦୀୱାନ ଓ ୩୦ ସିପାହୀ ଥିଲେ । 

 

  • Tags:

Subscribe

National International State Sports Entertainment