ଇନ୍ଦୋର, ଜୁନ୍ ୧୪ (ଖବର ଓଡ଼ିଶା): ମଧ୍ୟପ୍ରଦେଶର ଇନ୍ଦୋରରୁ ଲେଡି ଗ୍ୟାଙ୍ଗର ଗୁଣ୍ଡାଗିରି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଏଠାରେ ୪ ଜଣ ଯୁବତୀ ଅନ୍ଲାଇନ୍ ଫୁଡ ଡେଲିଭରି କରୁଥିବା ଜରେ ଝିଅକୁ ନିର୍ଧୁମ ମାଡ଼ ମାରିଛନ୍ତି । ଖାଦ୍ୟ ଡେଲିଭରି କରୁଥିବା ସଂସ୍ଥା ‘ଡୋମିନୋଜ୍’ର ଯୁବତୀଙ୍କୁ ତଳେ ପକାଇ ନିର୍ଧୁମ ମାଡ଼ମାରିଛନ୍ତି । ସାଥୀରେ ଲାତ-ଗୋଇଠା ମଧ୍ୟ ମାରିଛନ୍ତି । ଏଠାରେ ଉପସ୍ଥିତ ଥିବା କୌଣସି ବ୍ୟକ୍ତି ଏହାର ଭିଡିଓ ପ୍ରସ୍ତୁତ କରି ଏହାକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେଇଛି ।
ଦ୍ୱାରକାପୁରୀ ଅଞ୍ଚଳରେ ଏହି ଅଭାବନୀ ଅଘଟଣ ଘଟିଛି । ପୀଡତା ଯୁବତୀଙ୍କ ନାମ ନନ୍ଦିନୀ ଯାଦବ । ଭିଡିଓ ଭାଇରାଲ ହେବା ପରେ ଦ୍ୱାରକାପୁରୀ ପୋଲିସ ୪ ଜଣ ଅଭିଯୁକ୍ତ ଯୁବତୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୀଡିତା ଅଭିଯୋଗରେ କହିଛନ୍ତି ଯେ, ଖାଦ୍ୟ କଂପାନୀ ଡୋମିନୋଜରେ ସେ ଚାକିରି କରନ୍ତି । ସେ ଯେତେବେଳେ କାମକୁ ଯାଉଥିଲେ, ସେହି ସମୟରେ ପିଙ୍କୀ ନାମକ ଜଣେ ଯୁବତୀ ଅନ୍ୟ ୩ ଜଣଙ୍କ ସହିତ ତାଙ୍କୁ ଅଟକାଇଥିଲେ । କିଛି କଥା କହିବା ବାହାନାରେ ପାଖକୁ ଡାକିଥିଲେ । ଏହା ପରେ ଚାପୁଡା ମାରିଥିଲେ । ପରେ ତଳେ ପକାଇ ନିସ୍ତୁକ ମାଡ଼ ମାରିଥିଲେ ।